ନବରଙ୍ଗପୁର ସହରରେ ପୋଲିସର କଡା କଟକଣା

ନବରଙ୍ଗପୁର: ନବରଙ୍ଗପୁର ସହରରେ ପୋଲିସ ତରଫରୁ କୋଭିଡ କଟକଣାକୁ କଡାକଡି କରିବା ସହ ସହରରେ ଆଜି ଗୋଟିଏ ଦିନରେ ଅମାନିଆଙ୍କ ଠାରୁ ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ନବରଙ୍ଗପୁର ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରି କୋଭିଡକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଅଛି। ଏପରି ସ୍ଥଳେ ଲକଡାଉନ ଏବଂ ସଟଡାଉନ ସମୟରେ ସମସ୍ତ ଜନସାଧାରଣ କୋଭିଡ ନିୟମକୁ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ଚେତାବନୀ ଦିଆଯାଇଥିବା ସ୍ଥଳେ ଜରୁରୀ ସେବାକୁ ଛାଡି ଅନ୍ୟମାନେ ବିନା କାରଣରେ ବାହାରେ ବୁଲିବା ସହ ସାମାଜିକ ଦୂରତାକୁ ଭୁଲିଯାଉଥିବା ବ୍ୟକ୍ତି ମାନଙ୍କୁ ପୋଲିସ ପ୍ରଶାସନ ସେମାନଙ୍କ ପ୍ରତି କଡ଼ା ଆଭିମୁଖ୍ୟ ପାଳନ କରିଛି।

ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନା ଜିଲ୍ଲାରେ ଅମାନିଆଙ୍କୁ କାବୁ କରିବା ସହ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଥାନା ଅଧିକାରୀମାନଂକୁ ନିର୍ଦେଶ ଦେଇଥିବା ବେଳେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମଦଙ୍କ ନେତୃତ୍ୱରେ ଆଜି ନବରଙ୍ଗପୁର ସହରରେ କୋଭିଡ କଟକଣାକୁ ନ ମାନି ବିନା ମାସ୍କରେ ଘରୁ ବାହାରକୁ ବାହାରିବା ଏବଂ ସାମାଜିକ ଦୂରତା କୁ ଫୁ କରିଥିବା ବ୍ୟକ୍ତିମାନଙ୍କୁ ଧରି ସେମାନଙ୍କ ଠାରୁ ଆଜି ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରିଅଛି। ଅନ୍ୟମାନଙ୍କ ମଧ୍ୟରେ ସବଇନ୍ସପେକ୍ଟର ବଳରାମ ବେହେରା, ଏସଆଇ ଶ୍ୟାମସୁନ୍ଦର ରଥ, ପଦ୍ମନ ପୂଜାରୀ, ମକର ବିଷୟୀ ରାମନାଥ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Comments are closed.