୩ ଅନାଥ ଶିଶୁଙ୍କୁ ସହାୟ ହେଲା ଶିଶୁ ମଙ୍ଗଳ କମିଟି

ନବରଙ୍ଗପୁର: ନବରଙ୍ଗପୁର ସହର ଇଚ୍ଛାବତୀଗୁଡା ବନ୍ଧହୁଡାରୁ ଚିହ୍ନଟ ହୋଇଥିବା ତିନିଜଣ ଅନାଥ (ଅବହେଳିତ) ଶିଶୁ ଖୁସି ବିଷୋୟୀ, ବାବୁଲା ବିଷୋୟୀ ଓ ରଶ୍ମୀ ବିଷୋୟୀଙ୍କୁ ଉଦ୍ଧାର କରାଯାଇ ଜିଲା ମଙ୍ଗଳକମିଟି ନିକଟରେ ହାଜର କରାଯାଇଥିଲା। ଏହି ତିନି ଶିଶୁଙ୍କର ମାତା କୁମାରୀ ବିଷୋୟୀଙ୍କର ପ୍ରାୟ ଗତ ୧୫ ଦିନ ପୂର୍ବରୁ ଅକାଳ ମୃତ୍ୟୁ ହୋଇଥିଲା। ତେବେ ଶିଶୁଙ୍କର ପିତା ଦଶମନ୍ତ ବିଷୋୟୀ ଅନେକ ବର୍ଷହେଲା ତାଙ୍କର ଖୋଜ ଖବର ନାହିଁ। ଫଳରେ ବାପା ମା’ ନଥିବା ଏହି ତିନି ଭାଇ ଭଭଣୀ ମାମୁଁ ଶ୍ରୀକାନ୍ତ ଅମନାତ୍ୟଙ୍କର ତତ୍ୱାବଧାନରେ ରହି ଆସୁଥିଲେ। ଆଜି ଚାଇଲ୍ଡଲାଇନ ଦ୍ୱାରା ଏହି ଶିଶୁମାନଙ୍କୁ ଶିଶୁ ମଙ୍ଗଳ କମିଟିର ହାଜର କରାଯାଇଥିଲା। କମିଟି ଘଟଣାର ଦୀର୍ଘ ସମୟ ଧରି ସମସ୍ତ ଅନୁଧ୍ୟାନ ଓ ତର୍ଜମା କରି ଏହି ଶିଶୁ ମାନଙ୍କୁ ଶିଶୁ ଯତ୍ନକେନ୍ଦ୍ରରେ ଥଇଥାନ କରିବାକୁ ଆଦେଶ ଦେଇଥିଲେ।

କମିଟିର ଅଧ୍ୟକ୍ଷ ଦିବାକର ବାହୁକ, ସଦସ୍ୟ ପ୍ରସନ୍ନ ପ୍ରସାଦ ପଟ୍ଟନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଚାଇଲ୍ଡଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ, ସଭ୍ୟ ଟଙ୍କଧର ଜାନୀ ଓ ଶିଶୁ ମଙ୍ଗଳକମିଟିର କର୍ମଚାରୀ ସନ୍ତୋଷ କୁମାର ଜେନା ପ୍ରମୂଖ ଉପସ୍ଥିତ ଥିଲେ। ତେବେ ଦୁଇ ଝୀଅଙ୍କୁ ମାଝୀଗୁଡା ଦୀନଦୟାଲ ବାଳିକା ଆଶ୍ରମ ଓ ଜଣେ ପୁଅକୁ ସିନ୍ଧିଗୁଡା ଉତ୍କଳ ବାଳାଶ୍ରମରେ ରଖାଯିବ ବୋଲି ଜଣାପଡିଛି।

Comments are closed.