ମଶାଣି ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତ ହରିଜନ ସାହିରେ ମଶାଣି ରାସ୍ତାପାଇଁ ଗ୍ରାମବାସୀଙ୍କ ଅଭିଯୋଗ ପରେ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ ପରେ ବି ରାସ୍ତା କାର୍ଯ୍ୟ ହେଉନଥିବା ଯୋଗୁଁ ସ୍ଥାନୀୟ ଗ୍ରାମବାସୀ ଅସନ୍ତୋଷ ଜାହିର କରିବା ସହ ଶୀଘ୍ର କାର୍ଯ୍ୟ କରିବା ପାଇଁ ଦାବି କରିଛନ୍ତି। ସୂଚନା ମୁତାବକ ଅଂଚଳଗୁମା ଗ୍ରାମର ହରିଜନ ସାହି ମଶାଣି ରାସ୍ତା କରିବାକୁ ବିଗତ ଦିନରେ ସ୍ଥାନୀୟ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଜଣେଇଥିଲେ। ଅଭିଯୋଗ ପରେ ବିଧାୟକ ଏନେଇ ଡିଆରଡ଼ିଏ ପିଡିଙ୍କୁ ଜଣେଇବା ପରେ ପିଡି ତେନ୍ତୁଳୀଖୁଣ୍ଟି ବିଡ଼ିଓଙ୍କୁ ନିର୍ଦେଶ ଦେବାସହ ମନେରଗା ସ୍କିମରେ ରାସ୍ତା କାର୍ଯ୍ୟ କରିବାପାଇଁ ନିର୍ଦେଶ ଦେଇଥିଲେ। ଆରଡି ରାସ୍ତା ଠାରୁ ହରିଜନ ସାହି ରାସ୍ତା ନିର୍ମାଣ ପାଇଁ ଡିଆରଡିଏ ପିଡି ଦେବାପରେ ଗ୍ରାମବାସୀ ତେନ୍ତୁଳିଖୁଣ୍ଟି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପଚାରି ବୁଝିବା ପରେ ସେ ସହକାରୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ କହିଥିଲେ।

କାର୍ଯ୍ୟରେ ବିଳମ୍ବ ହେବାଯୋଗୁଁ ନବରଙ୍ଗପୂର ଜିଲା ଆଣ୍ଟି କରେପସନ ସଭାପତି ଲକ୍ମୀ ଚନ୍ଦ୍ର ଟାକ୍ରୀ ରାସ୍ତା କାର୍ଯ୍ୟରେ କାହିଁକି ବିଳମ୍ବ ହେଉଛି ବୋଲି ବ୍ଲକ ସହକାରୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ପରେ ସେ ଫାଇଲ ଦେଖି କହିବେ ବୋଲି ଏଡ଼ାଇ ଦେଇଥିଲେ। ମାସେରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ରାସ୍ତା କାର୍ଯ୍ୟ କରୁନଥିବା ଯୋଗୁଁ ଅସନ୍ତୋଷ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।

Comments are closed.