ବିନା ଅନୁମତିରେ ପୂଜାପାଠ ମହଙ୍ଗା ପଡିଲା, ଜୋରିମାନା ସହ ଥାନାରେ ଏତଲା ଦାୟର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦାଲପୁର ଫାଣ୍ଡି ଅଧିନସ୍ଥ ନୂଆକୋଟ ପଂଚାୟତର ଦହଣାମାଲ ଗ୍ରାମରେ ବିନା ଅନୁମତିରେ ଧର୍ମ ପୂଜାପାଠ କରି ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମାଇଥିବା ମହଙ୍ଗା ପଡିଲା। ଗତକାଲି ରାତ୍ରରେ ଦହଣା ମାଲ ଗ୍ରାମରେ ଏକ ଯଜ୍ଞର ଆୟୋଜନ କରାଯିବା ସହ ଶହ ଶହ ସଂଖ୍ୟାରେ ମହିଳାମାନେ ମୁଣ୍ଡରେ କଳସି ଶହ ଦୀପ ଧରି ଗ୍ରାମ ପରିକ୍ରମା କରିବା ସହ ଏହି ପୂଜାପାଠରେ ଆଖପାଖ ଅଂଚଳର ଶତାଧିକ ଲୋକ ଏକାଠି ରହି ଭୁଲିଯାଇଥିଲେ କରୋନା କଟକଣାକୁ ଖବର ପାଇ ରାତ୍ର ୧ ଘଣ୍ଟା ସମୟରେ ପୋଲିସ ପହଂଚି ଭିଡ଼କୁ ଭାଙ୍ଗିବା ସହ ସେମାନଂକୁ ଥାନାକୁ ଆସିବାକୁ କହିଥିଲେ।

ଏହି ଖବରଟି ସମାଜରେ ପ୍ରସାରିତ ପରେ ଆଜି ମାଝୀଷ୍ଟ୍ରେଟ ଦାୟିତ୍ୱରେ ଥିବା ପାପଡାହାଣ୍ଡି ତହସିଲଦାର ଜଗେଶ୍ୱର ଭୋଇ, ଏସ୍ଡ଼ିପିଓ ଆଦିତ୍ୟ ସେନ, ଥାନା ଅଧିକାରୀ ଶୁଭେନ୍ଦୁ ଶବର, ପ୍ରମୁଖ ଦହଣା ମାଲ ଗ୍ରାମକୁ ଯାଇ ଏହି ପୂଜାପାଠରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ନାମରେ କେଶ ରୁଜୁ କରିବା ସହ ୬ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ।

Comments are closed.