ପାତ୍ରପୁଟ ବିଦ୍ୟାଳୟ ପରିଦର୍ଶନ କଲେ ଲୋକପ୍ରତିନିଧି

ନବରଙ୍ଗପୁର : ମଙ୍ଗଳବିଭାଗ ଦ୍ୱାରା ପରିଚାଳିତ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟର ଆଶ୍ରମ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟକୁ ତେନ୍ତୁଳିଖୁଣ୍ଟି ଜୋନ-୧ର ଜିଲା ପରିଷଦ ସଭ୍ୟା କୃଷ୍ଣା ମଞ୍ଜରୀ ବିଷୋୟୀ , ବ୍ଳକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ଓ ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ଅଚାନକ ଭାବେ ପରିଦର୍ଶନ କରିଛନ୍ତି। ସେମାନେ ଶ୍ରେଣୀଗୃହକୁ ଯାଇ ବିଦ୍ୟାଳୟର ପାଠପଢା ଓ ଛାତ୍ରାବାସ ନେଇ ଛାତ୍ରଛାତ୍ରୀଙ୍କୁ ପଚାରିବୁଝିଥିଲେ ଓ ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନେ ଉପସ୍ଥିତ ଥିଲେ।

Comments are closed.