ବିଷାକ୍ତ ସାପ କାମୁଡ଼ାରେ ବାଳକର ମୃତ୍ୟୁ

ନବରଙ୍ଗପୁର: ବିଷାକ୍ତ ସାପ କାମୁଡ଼ାରେ ଜଣେ ୧୪ ବର୍ଷର ନାବାଳକ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡି ଗୁଡା ପଞ୍ଚାୟତ ଦଲାଗୁଡା ଗାଁର ନାରାୟଣ ଭୂମିଆଙ୍କ ଘରେ ନନ୍ଦହାଣ୍ଡି ବ୍ଲକ ସିନ୍ଧିଗୁଡ଼ା ପଞ୍ଚ।ୟତ ରଙ୍ଗମାଟିଗୁଡା ଗାଁର ତାଙ୍କ ୧୪ ବର୍ଷର ଭଣଜା ଅର୍ଜୁନ ଭୂମିଆ ବୁଧବାର ରାତିରେ ଘର ଭିତରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ସାପ ଅର୍ଜୁନର କାନକୁ କାମୁଡ଼ିବାଦେବାପରେ ସେ ନିଦରୁ ଉଠି ଚିତ୍କାର କରିଥିଲା। ଅର୍ଜୁନଙ୍କ ଚିତ୍କାର ଶୁଣି ସାହିଲୋକେ ଉଠି ପଡ଼ିଥିଲେ। ସାହିଲୋକେ ଅର୍ଜନୁ ଶୋଇଥିବା ଘରେ ଖୋଜିବାପରେ ଏକ ବଡ଼ ସାପକୁ ଦେଖିବାକୁ ପାଇଥିଲେ। ଲୋକମାନେ ସେହି ସାପକୁ ମାରିଦେଇଥିଲେ। ଏହାପରେ ପରିବାର ଲୋକେ ଭଣଜା ଅର୍ଜୁନ ଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏହି ଘଟଣା ସମ୍ପୃକ୍ତ ଅଂଚଳରେ ଶୋକାକୁଳ କରିଛି।

Comments are closed.