ମଣ୍ଡିରେ ଚାଷୀ ହଟହଟା, ପ୍ରଶାସନର ହସ୍ତକ୍ଷେପ ପରେ ମିଲକୁ ପଠାଗଲା ଧାନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଗତକାଲି ଧାନ ମଣ୍ଡି ଶୁଭାରମ୍ଭ କରାଯାଇଥିଲା। ଆଜି ନବରଙ୍ଗପୁର ଆରଏମସି ପରିସରରେ ଥିବା ମଣ୍ଡିକୁ ଧାନ ନେଇ ଆସିଥିଲେ ହେଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଗୋଟିଏ ବି ମିଲର୍ସ ମଣ୍ଡିକୁ ଆସିନଥିଲେ। ମଣ୍ଡିକୁ ଟ୍ରକ, ପିକଅପ ଗାଡି ଓ ଟ୍ରାକ୍ଟରରେ ପ୍ରାୟ ୩୫ରୁ ଉର୍ଦ୍ଧ୍ବ ଗାଡ଼ିରେ ଧାନ ବୋଝେଇ କରି ଚାଷୀ ମଣ୍ଡିରେ ଜଗି ରହିବା ପରେ ଧାନ ନ ଉଥିବାରୁ ଚାଷୀ ଏବଂ ଆରଏମସି କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯୋଗାଣ ବିଭାଗ ତରଫରୁ ମିଲର୍ସମାନଙ୍କୁ ଟ୍ୟାଗ କରାଯାଇନଥିବା ଯୋଗୁଁ ଧାନ ଉଠୁନଥିବା ଜାଣିବାପରେ ସେଠାରେ ଉତେଜନା ଦେଖାଦେଇଥିଲା।

ଖବର ପାଇ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ, ସ୍ଥାନୀୟ ଥାନା ଅଧିକାରୀ ତାରିକ ଅହମଦ, ଜିଲ୍ଲା ଯୋଗାଣ ଅଧିକାରୀ ସଂଜୀବ ସାହୁ, ଅତିରିକ୍ତ ଯୋଗାଣ ଅଧିକାରୀ ଦୁର୍ଗା ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ଏବଂ ରାତିରେ ସମସ୍ତ ଧାନର ମାନ ପରଖି ନବରଙ୍ଗପୁର ସହରରେ ଥିବା ମିଲକୁ ପଠାଇବା ଆରମ୍ଭ କରିଥିଲେ।

Comments are closed.