ଅଜଣା ଗାଡି ଧକ୍କାରେ ୩ ଜଙ୍ଗଲୀ ବାରହା ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଚମ୍ପା ବଣ ନିକଟସ୍ଥ ଆଦିବାସୀ ସଂଗ୍ରହାଳୟ ନିକଟରେ ତିନିଟି ବାରହାର ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟାରେ ନିକଟସ୍ଥ ଜଙ୍ଗଲରୁ ୩ ଗୋଟି ଜଙ୍ଗଲୀ ବାରହା ପାପଡାହାଣ୍ଡି ନବରଙ୍ଗପୁର ଜାତୀୟ ରାଜପଥ ପାର କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିବା ଜଣାପଡିଛି। ତେବେ ଧକ୍କା ଦେଇଥିବା ଅଜଣା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁର୍ଘଟଣାରେ ତିନିଟି ବାରହାର ରକ୍ତ ଜୁଡୁବୁଡୁ ଶରୀର ରାସ୍ତା ଉପରେ ପଡି ରହିଥିଲା।ପାପଡାହାଣ୍ଡି ବନ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଖଣ୍ଡ ବିଖଣ୍ଡିତ ବାରହାର ମୃତ ଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି। ମୃତ ବାରହାଗୁଡିକର ମୃତଦେହ ଆସନ୍ତା କାଲି ପୋଷ୍ଟମଟର୍ମ କରାଯିବ ବୋଲି ସୂଚନା ମିଳିଛି।

Comments are closed.