ରାଜ୍ୟ ଯୁବମୋର୍ଚ୍ଚ। ସଭାପତିଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାସିସ ଆଚାର୍ୟ୍ୟ ଅଚାନକ ଗସ୍ତରେ ନବରଙ୍ଗପୁର ପହଞ୍ଚି ଥିଲେ।ନବରଙ୍ଗପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କ ଦ୍ବାରା ଶ୍ରୀ ଆଚାର୍ୟ୍ୟଙ୍କୁ ଅଙ୍ଗବସ୍ତ୍ର ଓ ଫୁଲତୋଡା ପ୍ରଦାନ କରି ବିଜେପି କାର୍ୟ୍ୟାଳୟକୁ ପାଛୋଟି ନିଆ ଯାଇଥିଲା। କାର୍ୟ୍ୟାଳୟରେ ଉପସ୍ଥିତ ଜିଲ୍ଲା ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ରାଜ୍ୟ ସରକାରଙ୍କ ଅପାରଗତା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିବାର ସ୍ଥିରିକୃତ କାର୍ୟ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟତଃ ବହୁ ଚର୍ଚ୍ଚିତ ଓ ସମ୍ବେଦନଶୀଳ ଘଟଣା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ନୀରବଦ୍ରଷ୍ଟା ସାଜି ସବୁ ନିୟମକାନୁନକୁ ଅଣଦେଖା କରି ମମିତା ମେହେର ଘଟଣାର ମୁଖ୍ୟ କାର୍ପଟଦାର ବା ମୁଖ୍ୟ ଅଭିଯୁକ୍ତଙ୍କୁ ବଞ୍ଚାଇବାର ଉଦ୍ୟମ କରୁଥିବାରୁ ଶ୍ରୀ ଆଚାର୍ୟ୍ୟ ଉଦବେଗ ପ୍ରକାଶ କରିଥିଲେ।

ପ୍ରତିବାଦର ସ୍ୱର ଆହୁରି ତୀକ୍ଷଣ ଓ ପ୍ରଭାବି ଢଙ୍ଗରେ କରିବା ପାଇଁ ଉପସ୍ଥିତ କର୍ମ କର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ। ରାଜ୍ୟ ବିଜେପି ସଭାପତିଙ୍କ ନିର୍ଦ୍ଦେଶ ପ୍ରକାରେ ଆଗାମି ଡିସେମ୍ବର ୯ ତାରିଖରେ ଆୟୋଜନ ହେବାକୁ ଥିବା ବିଧାନସଭା ଘେରାଉ କାର୍ୟ୍ୟକ୍ରମରେ ପଲ୍ଲୀରୁ ସହର ଯାଏଁ ସମସ୍ତ ତୃଣମୂଳ ସ୍ତରରୁ କର୍ମ କର୍ତ୍ତା ବହୁ ସଂଖ୍ୟାରେ ଯୋଗଦେବାକୁ ନିବେଦନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଜଗଦିଶ ବିଷୟୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, କୋଷାଧ୍ୟକ୍ଷ ରାଜ୍ୟ ଯୁବମୋର୍ଚ୍ଚା ସନ୍ତୋଷ ମହାପାତ୍ର, ଜିଲ୍ଲା ପ୍ରଭାରୀ ହିମାଂଶୁ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଚନ୍ଦ୍ର ଭାନୁ ନାୟକ, କାହ୍ନୁ ଦାସ, ଦୈତାରୀ ମାଝୀ, ମାନସ ତ୍ରିପାଠୀ, ସୁଭଜୀତ ପାଣିଗ୍ରାହୀ, ସନ୍ତୋଷ କୁମାର, ସୁଭମ ଚୌଧୁରୀ, ଜ୍ୟୋତି ରଞ୍ଜନ କଂସ, ଅନନ୍ତ ପଣ୍ଡା, ନଗର ମଣ୍ଡଳ ସଭାପତି ପିଣ୍ଟୁ ମିଶ୍ର, ଶର୍ମିଷ୍ଟା ଦେଓ, ବବିତା ସାହୁ, ସୁନୀତା ପଟ୍ଟନାୟକ ଓ ବହୁ ସଂଖ୍ୟକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comments are closed.