ବାଇକ ଚୋରର ସିସିଟିଭି ଚିତ୍ର ଜାରି କଲା ନବରଙ୍ଗପୁର ପୁଲିସ

ନବରଙ୍ଗପୁର: ନବରଙ୍ଗପୁର ସହର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ତୃପ୍ତି କମ୍ପ୍ଲେକ୍ସ ନିକଟରେ ଅବସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସହରର ମନୋଜ ପଟ୍ଟନାୟକ ନାମକ ଜଣେ ଶିକ୍ଷକ ଗତ ୨ ତାରିଖ ସନ୍ଧ୍ୟା ସମୟରେ ନିଜର ବାଇକ ରଖି କୌଣସି କାର୍ଯ୍ୟରେ ବ୍ୟସ୍ତ ଥିଲେ। ତେବେ କାମ ସାରି ନିଜ ବାଇକକୁ ସେହି ସ୍ଥାନରେ ପାଇପାରିନଥିଲେ। ଅନେକ ଖୋଜା ଖୋଜି ପରେ ବାଇକ ନ ମିଳିବା ଯୋଗୁଁ ସେ ଏନେଇ ନବରଙ୍ଗପୁର ସଦର ଥାନାରେ ଅଭିଯୋଗ କରିଥିଲେ। ନବରଙ୍ଗପୁର ପୋଲିସ ତଦନ୍ତ ଆରମ୍ଭ କରି ତୃପ୍ତି କମ୍ପ୍ଲେକ୍ସ ନିକଟରେ ଥିବା ଦୋକାନ ଓ ସହରର କିଛି ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ମିଳିଥିବା ସିସିଟିଭି ଫୁଟେଜରେ ଦୁଇ ଜଣ ଅଜଣା ଦୁର୍ବୁତ୍ତ ଆସି ବାଇକ ଧରି ଚମ୍ପଟ ମାରିବା ଦୃଶ୍ୟ ସିସି ଟିଭି ଫୁଟେଜରେ ମିଳିବା ପରେ ନବରଙ୍ଗପୁର ପୋଲିସ ଉକ୍ତ ଦୁଇ ବାଇକ ଚୋରଙ୍କ ଫଟୋକୁ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେମାନଂକୁ ଦେଖିଲେ ପୋଲିସକୁ ଖବର ଦେବାପାଇଁ କହିଛନ୍ତି। ସେଥିମଧ୍ୟରୁ ଜଣେ ଯୁବକ ଧଳା ସାର୍ଟ ପିନ୍ଧି ମୁଣ୍ଡରେ ପଗଡ଼ି ବାନ୍ଧିଥିବା ବେଳେ ଅନ୍ୟ ଜଣେ ନୀଳ ଟି’ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।

Comments are closed.