କରୋନା ତୃତୀୟ ଲହର ପାଇଁ ଲୋକଙ୍କୁ ସଚେତନ କରାଇଲା ଜିଲ୍ଲାପ୍ରଶାସନ

ନବରଙ୍ଗପୁର: କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ଲୋକଙ୍କୁ ସଚେତନ କରାଉଛି ଜିଲ୍ଲା ପ୍ରଶାସନ। ଡିସେମ୍ବର ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିବା ପରେ ୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ କଟକଣା ଲାଗୁ ରହିବlକୁ ନିର୍ଦେଶ ଦେବାପରେ ବର୍ତମାନ ନବରଙ୍ଗପୁର ଜିଲ୍ଲାରେ ତପ୍ତରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଏ ନେଇ ନବରଙ୍ଗପୁର ମୁନିସିପାଲିଟି ଏବଂ ପୋଲିସ ପ୍ରଶାସନ ତରଫରୁ ନବରଙ୍ଗପୁର ସହରରେ ଡlକଵାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଇବା ସହ ସରକାର ଜାରି କରିଥିବା ଗାଇଡ଼ ଲାଇନ ଅନୁଯାଇ କୌଣସି ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ଉପରେ କଟକଣା ଲାଗୁ ହୋଇଛି। ସେହିପରି ନୂଆବର୍ଷକୁ ସ୍ୱାଗତ କରିବାକୁ ହେବନି କୌଣସି କାର୍ଯ୍ୟକ୍ରମ। ଜିରୋ ନାଇଟ ସେଲିବ୍ରେସନ ନ କରିବା ସହ ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ଗହଳି ନ କରିବାକୁ ସତର୍କ କରାଯାଇଛି। ଏଥିସହ ସାମାଜିକ ଦୂରତା ଏବଂ ମାସ୍କ ଉପରେ ଅଧିକ ଗୁରୁତ୍ୱ ଦେବାପାଇଁ ଜନସାଧାରଣଙ୍କୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ। ଏଥିରେ ଖିଲାପ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.