ପାପଡାହାଣ୍ଡି ମୃଗବିହାର ନିକଟରେ ହେବାକୁ ଥିବା ସିନେପ୍ଲେକ୍ସର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସପି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ମୃଗବିହାର ସାମନାରେ ନୂତନ ଭାବେ ହେବାକୁ ଥିବା ସିନେପ୍ଲେକ୍ସ (ସିନେମା ହଲ) ଗୃହର ସ୍ଥିତି ଅନୁଧ୍ୟାନ କଲେ ନବରଙ୍ଗପୁର ଜିଲ୍ଲାପାଳ ଏବଂ ଏସପି। ପାପଡାହାଣ୍ଡି ଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ମୃଗ ବିହାର ସମୁଖରେ ଲୋକଙ୍କ ମନରଞ୍ଜନ ପାଇଁ ଏକ ସିନେପ୍ଲେକ୍ସ (ସିନେମା ହଲ) ଗୃହ ନିର୍ମାଣ ହୋଇ ଅନ୍ତିମ ପର୍ଯ୍ୟାୟରେ ପହଂଚି ଥିବା ବେଳେ ଏହି ସିନେମା ହଲ ଆରମ୍ଭ କରିବା ପାଇଁ ମାଲିକ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିବା ପରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଲୋଚନ ମିଶ୍ରଙ୍କ ତତ୍ୱାବଧାନରେ ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ଏବଂ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୫ ତାରିଖରେ ସିନେମା ଗୃହର ଉଦଘାଟନ କରିବାକୁ ମାଲିକ ଟିଂକୁ ଜୈନ ତାରିଖ ନିର୍ଦ୍ଧାରଣ କରିଥିଲେ ହେଁ ଏଥିପାଇଁ ଆବଶ୍ୟକ କାଗଜ ପତ୍ର ଶୀଘ୍ର ଦାଖଲ କରିବା ପାଇଁ ମାଲିକଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Comments are closed.