ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ବିଶ୍ୱ ଏଡସ୍‍ ଦିବସ ପାଳନ

ନବରଙ୍ଗପୁର: ଯୁବ ରେଡକ୍ରସ୍‍ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ବିଶ୍ୱ ଏଡସ୍‍ ଦିବସ ପାଳନ କରାଯାଇଛି। ଏହି ଅବସରରେ କୋଭିଡ ନିୟମ ପାଳନ ପୂର୍ବକ ସଚେତନତା ଅଭିଯାନ, ବକୃତା ଓ ପ୍ରବନ୍ଧ ପ୍ରତିଯାଗୀତାର ଆୟୋଜନ କରାଯାଇଥିଲା। ଆୟୋଜିତ ସଚେତନତା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଅଧ୍ୟକ୍ଷତା କରିଥିଲେ। ଯୁବ ରେଡକ୍ରସର କାଉନସିଲର ଅଧ୍ୟାପିକା ଡଃ. ସଂଯୁକ୍ତା ପଣ୍ଡା ଏଡସ୍‍ ର କାରଣ, ଭୟାବହତା ଓ ସଂକ୍ରମଣ ତଥା ଏହାକୁ ନ୍ରିମନ୍ତ୍ରଣ କରିବାକୁ ଯୁବ ସମାଜର ଭୂମିକା ସଂପର୍କରେ ଅବଗତ କରାଇଥିଲେ। ଅଧ୍ୟାପିକା ରଞୁସା ପ୍ରହରାଜ ଓ ଏମ.ରୋହିଣୀ ରାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ଛାତ୍ରୀ ମାନେ ଭାଗ ନେଇଥିଲେ।

Comments are closed.