ନବରଙ୍ଗପୁର ଜିଲ୍ଲାରେ ସଂରକ୍ଷିତ ଆସନରୁ ପଛୁଆ ବର୍ଗକୁ ଅବହେଳା ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ସଂରକ୍ଷିତ ଆସନରୁ ପଛୁଆ ବର୍ଗକୁ ଅବହେଳା ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପଛୁଆବର୍ଗ ଜିଲ୍ଲା ସଭାପତି ପ୍ରମୁଖ। ଆଗକୁ ପଂଚାୟତ ନିର୍ବାଚନ ଅଛି, ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସଂରକ୍ଷିତ ଆସନ ପାଇଁ ପ୍ରଥମେ ତାଲିକା ଘୋଷଣା କରିଥିଲେ ଯେଉଁଥିରେ କି ନବରଙ୍ଗପୁର ଜିଲ୍ଲାର ୨୬ ଗୋଟି ଜିଲା ପରିଷଦ ଆସନ, ୧୮୯ଟି ସମିତି ଏବଂ ୧୮୯ଟି ସରପଞ୍ଚ ଆସନ ପାଇଁ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ଯେଉଁ ତାଲିକା ଘୋଷଣା କରାଯାଇଥିଲା ସେଥିରେ ୨୬ ଗୋଟି ଜିଲା ପରିଷଦ ଆସନରୁ ଅନୁସୂଚିତ ଜନ ଜାତିପାଇଁ ୧୫ଟି ଆସନ, ଅନୁସୂଚିତ ଜାତି ପାଇଁ ୪ଟି ଆସନ ଓ ପଛୁଆ ବର୍ଗଙ୍କ ପାଇଁ ୭ଟି ଆସନ ସରକ୍ଷିତ ରହିଥିବା ବିଜ୍ଞପ୍ତି ଜାରି କରାଯାଇଥିଲା, କିନ୍ତୁ ବିଜ୍ଞପ୍ତି ଜlରି କରିବାର କିଛିଦିନ ବ୍ୟବଧାନ ପରେ ସରକାରଙ୍କ ତରଫରୁ ଆଉ ଏକ ବିଜ୍ଞପ୍ତି ଜାରି କରାଗଲା ଯେଉଁଥିରେ କି ପଛୁଆ ବର୍ଗ ଆସନ ସଂଖ୍ୟାକୁ ବାଦ କରି ଅଣ ସଂରକ୍ଷଣ ଆସନକୁ ସ୍ଥାନ ଦିଆଗଲା। ଯେଉଁଥି ପାଇଁ ପଛୁଆ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ଏ ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ପଛୁଆ ବର୍ଗ ସଭାପତି ଦୈତାରୀ ମାଝୀ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି।ସରକାର ନିଜେ ଘୋଷଣା କରିଥିଲେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣରେ ସ୍ଥାନ ଦିଆଯିବ ବୋଲି କିନ୍ତୁ ଏହା ଖାଲି ପ୍ରହସନ ଥିଲା ବୋଲି ସେ କହିଛନ୍ତି। ପଛୁଆ ବର୍ଗଙ୍କ ପାଇଁ ସରକାର ବିଶ୍ୱାସଘାତକତା କରିଛନ୍ତି, ତେଣୁ ଜିଲ୍ଲାରେ ସଂରକ୍ଷଣ ନେଇ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ଏବଂ ପଂଚାୟତ ନିର୍ବାଚନରେ ପଛୁଆ ବର୍ଗ ଶ୍ରେଣୀ ଲୋକ ଭୋଟ ବର୍ଜନ କରିବାକୁ ପଛlଇବୁ ନାହିଁ ବୋଲି ସେ କହିଛନ୍ତି।

Comments are closed.