ଅନୁଦାନ ପାଇଁ ୫-ଟି ସଚିବଙ୍କୁ ପ୍ରସ୍ତାବ ଦେଲେ ସାଂସଦ

ନବରଙ୍ଗପୁର: ୫-ଟି ଅନ୍ତର୍ଗତ ମୁକ୍ତା ଯୋଜନା କାର୍ଯ୍ୟକ୍ରମରେ ୫-ଟି ସଚିବ ଆଭାସୀ ମାଧ୍ୟମରେ ସମସ୍ତ ପୌରାଞ୍ଚଳର ରୂପାନ୍ତୀକରଣ ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଏବଂ ପୌରାଞ୍ଚଳ ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତିରେ ସାଂସଦ ଶ୍ରୀ ମାଝୀ ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ପୌରାଞ୍ଚଳ/ପୌର ପରିଷଦର ୱାର୍ଡ ସ୍ତରୀୟ ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରକଳ୍ପ ଅନୁମୋଦନ ପାଇଁ ନିବେଦନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ପ୍ରସ୍ତାବ ପତ୍ର ପ୍ରଦାନ କରିଥିଲେ।

ପ୍ରସ୍ତାବ ପତ୍ରରେ କୋଭିଡ଼ ମହାମାରୀରେ ସହରାଞ୍ଚଳର ଜନସାଧାରଣଙ୍କ ଜୀବନଜୀବିକାକୁ ବହୁଳ ଭାବେ ପ୍ରଭାବିତ କରିଥିଲା। ଜନସାଧାରଣଙ୍କ ଜୀବନ ରକ୍ଷା, ଜୀବିକା ଉପାର୍ଜନର ସୁଯୋଗ ସୃଷ୍ଟି ସହିତ ପୌରାଞ୍ଚଳର ଭିତ୍ତିଭୂମି ବିକାଶ ନିମନ୍ତେ ଏକାଧିକ ଜନକଲ୍ୟାଣକାରୀ ପ୍ରକଳ୍ପ ଯଥା ମିନି ପାର୍କ, ଜିମ୍, ପିଲାମାନଙ୍କ ପାଇଁ ଉଦ୍ୟାନ ସହିତ ଖେଳ ସାମଗ୍ରୀ, ଜଳାଶୟ, ଖେଳ ପଡିଆ, ଶୌଚଳୟ ଏବଂ ଭେଣ୍ଡିଂ ଜୋନ୍ ଭଳି ଗୁରୁତ୍ବପୂର୍ଣ ପ୍ରକଳ୍ପ ନିର୍ମାଣ କରାଯିବାର ଆବଶ୍ୟକତା ରହିଥିବା ଉଲେଖ କରିବା ସହ ଉମରକୋଟ ପୌରାଞ୍ଚଳର ଭୀତିଭୂମି ବିକାଶ ନିମନ୍ତେ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡର ଜନସାଧରଣଙ୍କ ଆପୋଷ ଆଲୋଚନା ତଥା ସହମତି ଭିତ୍ତିରେ ଆମ ପୌରାଞ୍ଚଳର ଭୀତିଭୂମି ବିକାଶ ନିମନ୍ତେ ସବୁ ୱାର୍ଡ ପାଇଁ ଆବଶ୍ୟକ ପ୍ରକଳ୍ପ ତାଲିକା ସହି ତାହାର ଆନୁମାନିକ ଅଟକଳ ପ୍ରସ୍ତୁତ କରି ମୋଟ ୭ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁରୀ ପାଇଁ ୫-ଟି ସଚିବଙ୍କୁ ଆଭାସୀ ମାଧ୍ୟମରେ ପ୍ରଦାନ କରିଥିଲେ। ଏହି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡିକୁ ମଂଜୁର କଲେ ଆମ ପୌରାଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଉଲେଖ କରିଥିଲେ।

Comments are closed.