ନବରଙ୍ଗପୁର ସାଂସଦଙ୍କ କୋଭିଡ ମେଡିକାଲ ପରିଦର୍ଶନ

ନବରଙ୍ଗପୁର ସାଂସଦ ରମେଶ ମାଝୀ ଶୁକ୍ରବାର କୋଭିଡ ମେଡିକାଲ ପରିଦର୍ଶନ କରି ସେଠାରେ କରୋନା ସଂକ୍ରମିତ ରୋଗୀମାନଙ୍କୁ କିପରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି, ସେ ସଂପର୍କରେ ଅନୁଧ୍ୟାନ କରିଛନ୍ତି। ଶ୍ରୀ ମାଝୀ ପ୍ରଥମେ ମାଲକାନଗିରି ସଦର ମହକୁମା ସ୍ଥିତ ଜିଲ୍ଲା କୋଭିଡ ହସ୍ପିଟାଲ ପରିଦର୍ଶନ କଲା ପରେ କାଙ୍ଗୁରକୋଣ୍ଡା ଟିଏମସି କେନ୍ଦ୍ର ପରିଦର୍ଶନ କରିଥିଲେ। କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଟିଏମସି କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ।


ଏହାପରେ ସଦର ମହକୁମା ସ୍ଥିତ ଜିଲ୍ଲା କୋଭିଡ ହସ୍ପିଟାଲରେ ପହଂଚି ସ୍ଥିତି ଦେଖିବା ସହ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ। ରୋଗୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପରାମର୍ଶ ଦେବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।

Comments are closed.