ଇପିଏଫ ପେନସନ ଭୋଗୀ ସଂଘ ତରଫରୁ ଜିଲ୍ଲାପାଲଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଅଲ ଓଡିଶା ପେନସନ ଗ୍ରହୀତା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଲଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ଶାଖାର ସଭାପତି ଈଶ୍ୱର ରାଉତ ଓ ଜିଲ୍ଲା ସମ୍ପାଦକ ଳାଚମନ ପାଇକ ନେତୃତ୍ୱରେ ଓଡ଼ିଶା ଉଠାଦଳ ସେଚନରେ କାମ କରୁଥିବା ଅବସରପ୍ରାପ୍ତ କର୍ମଚାରୀ ପେନସନ ଭୋଗୀମାନେ ଜିଲ୍ଲାପାଳଙ୍କ କାର୍ଯାଳୟରେ ଜିଲ୍ଲାପାଳଙ୍କୁ ଭେଟି ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ଭତ୍ତା ୯୦୦୦ ଟଙ୍କା ପ୍ରଦାନ କରିବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଦ୍ଧିତ ପେନସନ ପ୍ରଦାନ କରିବା, ସମସ୍ତ ପେନସନ ଭୋଗୀଙ୍କୁ ଚିକିତ୍ସା ଭତ୍ତା ତଥା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା, ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବା, ସମସ୍ତ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ସମାଜିକ ସୁବିଧା ସୁଯୋଗ ଯୋଗାଇ ଦେବା ଆଦି ଦାବି ବିଷୟରେ ଅବଗତ କରାଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଏହି ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ଈଶ୍ୱର ରାଉତ, ସମ୍ପାଦକ ଲଚମନ ପାଇକ, ଶଶୀଭୁଷଣ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଦାସ, ଲକ୍ଷ୍ମଣ ପରିଡା, ପ୍ରଶାନ୍ତ କୁମାର ଗନ୍ତାୟତ, ମଦନ କୁମାର ଖୋରାଟୀ, ମୁରଲୀଧର ବିଶୋଇ, ଚନ୍ଦ୍ରଶେଖର ମାଳି, ଶ୍ୟାମ ସୁନ୍ଦର ମାଳି, ଦୂଲଭ ଭତରା, ବାସୁଦେବ ପାଇକ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Comments are closed.