କୃଷି ବିଭାଗ ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ୪ଟି ଜିଲ୍ଲା ଗସ୍ତ

ନବରଙ୍ଗପୁର: କୃଷି ବିଭାଗର ଯୁଗ୍ମ କୃଷି ନିର୍ଦ୍ଦେଶକ ବ୍ରଜ କିଶୋର ଲେଙ୍କା କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି କୃଷିବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପରିଦର୍ଶନ କରିବା ସହ କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ବିଭାଗୀୟ ଅଧିକାରୀମାନଙ୍କ ସହ ଫସଲ ବିବିଧିକରଣ ଯୋଜନାର ଅଗ୍ରଗତି ତଥା ଉକ୍ତ ଯୋଜନା ଜରିଆରେ ଗ୍ରାମ୍ୟସ୍ତରରେ ଅଣଧାନ ଫସଲର ବିପଣନ ନିମନ୍ତେ ସେହି ଜିଲ୍ଲାଗୁଡିକରେ ଯୋଜନା ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ୮ ତାରିଖରେ କୋରାପୁଟ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସଭା ଗୃହରେ ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ କୃଷି ଓ ଉଦ୍ୟାନ କୃଷି ତଥା ଅନ୍ୟାନ୍ୟ ସହଯୋଗୀ ସଂସ୍ଥାମାନଙ୍କର ଅଧିକାରୀମାନେ ଯୋଗଦେଇ ଫସଲ ବିବିଧିକରଣ, ବିଭିନ୍ନ ପ୍ରଦର୍ଶନ କ୍ଷେତ୍ରର କୃଷକମାନଙ୍କ ସହାୟତା ରାଶି ପ୍ରଦାନ, ରୋଗ ପୋକ ସର୍ବେକ୍ଷଣ ଓ କୀଟନାଶକରେ ରିହାତି ପ୍ରଦାନ ଇତ୍ୟାଦି ଯୋଜନା ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସେହିପରି ୯ରେ ମାଲକାନଗିରି ଗ୍ରସ୍ତ କରି କୃଷି ଓ ଆନୁସଙ୍ଗିକ ବିଭାଗ କାର୍ୟ୍ୟକ୍ରମ ପରିଦର୍ଶନ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ଯୋଜନାର ଅଗ୍ରଗତି ଏବଂ କ୍ଷେତ୍ରରେ ଥିବା ସମସ୍ୟା ଓ ସମାଧାନ ବିଷୟ ରେ ଆଲୋଚନା ହୋଇଥିଲା। ୧୦ରେ ଦାବୁଗାଁ ଫାର୍ମ ପରିଦର୍ଶନ, ଉମରକୋଟ ଫାର୍ମ ପରିଦର୍ଶନ ଓ ଧାନ ଫସଲର ଶସ୍ୟକାଟରେ ଯୋଗଦାନ କରିଥିଲେ। ଏଥି ସହିତ ବିଭିନ୍ନ ଗ୍ରାମରେ ବୁଲି ରୋଗପୋକ ସର୍ବେକ୍ଷଣ, ରୋଗପୋକ ଦାଉରୁ ଫସଲ ସୁରକ୍ଷା ଓ ଶସ୍ୟ ସଂରକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ। ଉମରକୋଟ ବ୍ଲକ ବେନୋରା ଗ୍ରାମପଞ୍ଚାୟତର ଖୁଟୁଗୁଡା ଗ୍ରାମରେ ବିହନ ବିଶୋଧନ ପ୍ରଦର୍ଶନ ଯୋଜନା ଜରିଆରେ ଅନୁଷ୍ଠିତ ତାଲିମ ଶିବିରରେ ଯୋଗ ଦେଇ ହିତାଧିକାରୀଙ୍କୁ ତାଲିମ ଦେବା ସହ ବିହନ ବିଶୋଧକ ବଣ୍ଟନ କରିଥିଲେ।

ଏହାପରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସଭାଗୃହରେ ମୁଖ୍ୟଜ଼ୀଲ୍ଲା କୃଷି ଅଧିକାରୀ, ଉଦ୍ୟାନକୃଷି ଉପନିର୍ଦେଶଙ୍କ, କୃଷି ଜିଲ୍ଲା ଅଧିକାରୀ, ବ୍ଲକ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ସିଟ୍ରାନ ଓ ଫସଲ ବିବିଧି କରଣ ଯୋଜନାର ସହଯୋଗୀ ସଂସ୍ଥାର ଅଧିକାରୀମାନେ ଯୋଗଦେଇ ଅଣ ଧାନ ଫସଲ ବିପଣନ ବିଷୟରେ ବିଶଦ ଆଲୋଚନା କରିଥିଲେ। ଏଥି ସହିତ ବିଭିନ୍ନ ବିଭାଗୀୟ ଯୋଜନାଗୁଡିକର ସଫଳ ରୂପାୟନ ନିମନ୍ତେ ଯୁଗ୍ମ କୃଷି ନିର୍ଦ୍ଦେଶକ ସମସ୍ତ ଅଧିକାରୀମାନକୁ ନିର୍ଦ୍ଦେଶ ଦେଇଥିଲେ। ୧୧ ତାରିଖରେ ସେ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।

Comments are closed.