ନବରଙ୍ଗପୁରରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ

ନବରଙ୍ଗପୁର: ପ୍ରଦେଶ କଂଗ୍ରେସ ଡାକରାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ନବରଙ୍ଗପୁର ଜିଲା ବନ୍ଦ କରାଯାଇଥିଲା। ଏହି ଅବସରରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ନେତାକର୍ମୀମାନେ ବିଭିନ୍ନ ଦୋକାନ ବଜାର ବନ୍ଦ କରିଥିଲେ। ଏହାଛହା ଚାରିଚକିଆ ଯାନ ବାହନ ଚଳାଚଳ ବନ୍ଦ ରହିଥିଲା। ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ସଂପୃକ୍ତି ଅଭିଯୋଗ କରି ଏହି ବନ୍ଦ ଡାକରା ଦିଆଯାଇଥିଲା। ମନ୍ତ୍ରୀଙ୍କ ଇସ୍ତଫା ନଚେତ ବହିଷ୍କାର ଦାବି କରି କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ନେତା ଓ କର୍ମୀମାନେ ଧାରଣା ଦେଇଥିଲେ। ଜିଲା କଂଗ୍ରେସ କମିଟିସଭାପତ ମୁନା ତ୍ରିପାଠୀ, ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ସଦନ ନାୟକ, ପିସିସି ସଭ୍ୟ ଦିଲ୍ଲୀପ ବେହେରା, ବରିଷ୍ଠ ନେତା ସତ୍ୟ ନାରାୟଣ ତ୍ରିପାଠୀ, ବାସୁଦେବ ପଟ୍ଟନାୟକ, ଭବାନୀ ପ୍ରସାଦ ସାହୁ, ଯୁବନେତା ତାଜ ଇମ୍ରାନ ସରିଫ, ପ୍ରଣତି ତ୍ରିପାଠୀ, ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, ଭୀମ ହରିଜନ ଓ କାଳୀଚରଣ ପାତ୍ରଙ୍କ ସମେତ ବହୁ ନେତା ପ୍ରମୂଖ ନେତୃତ୍ୱ ନେଇଥିଲେ।

Comments are closed.