ନବରଙ୍ଗପୁର ମହିଳା ଡିଗ୍ରୀ କଲେଜରେ ସ୍ୱଚ୍ଛ ଇଣ୍ଡିଆ କାର୍ଯ୍ୟକ୍ରମ

ନବରଙ୍ଗପୁର: ନବରଙ୍ଗପୁର ମହିଳା ଡିଗ୍ରୀ କଲେଜର ୱାଇଆରସି ଏବଂ ଏନଏସଏସ ୟୁନିଟ୍ ଦ୍ୱାରା ସ୍ୱଚ୍ଛ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ପରାମର୍ଶ ଦେଇଥିଲେ। +୨ କଲେଜ ଅଧକ୍ଷା ସ୍ମୃତି ସ୍ନେହାଲତା ପଣ୍ଡା, +୩ କଲେଜ ଅଧକ୍ଷା ସ୍ନେହଲତା ସାହୁ ଏବଂ ୱାଇଆରସି ପରାମର୍ଶଦାତା ଡ ସଂଯୁକ୍ତା ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ସ୍ୱଚ୍ଛ ଇଣ୍ଡିଆ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରୀ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Comments are closed.