ନବରଙ୍ଗପୁରର ଅସୁରକ୍ଷିତ ଅଙ୍ଗନବାଡୀ କେନ୍ଦ୍ର

ସଂପୂର୍ଣ୍ଣ ବନ୍ଦ କରିବାକୁ ଦାବି

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଅସୁରକ୍ଷିତ କୋଠାଥିବା ଅଙ୍ଗନବାଡୀ କେନ୍ଦ୍ର ଗୁଡିକୁ ତୁରନ୍ତ ବନ୍ଦ କରିବାକୁ ଭାରତୀୟ ମଜଦୂର ସଂଘ ଦ୍ୱାରା ଅନୁବନ୍ଧିତ ଅଲ୍‍ଓଡିଶା ଅଙ୍ଗନବାଡୀ ଲେଡିସ୍‍ ୱାର୍କରସ୍‍ ଆସୋସିଏସନ୍‍ ,ନବରଙ୍ଗପୁର ଜିଲା ପକ୍ଷରୁ ଦାବି କରାଯାଇଛି। ଏସଂପର୍କରେ ଜିଲା ସମାଜକଲ୍ୟାଣ ଅଧିକାରୀଙ୍କର ଉଦ୍ଦେଶ୍ୟରେ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୧୩ ତାରିଖ ଦିନ ନବରଙ୍ଗପୁର ବ୍ଳକ ଅନ୍ତର୍ଗତ ଶରଣପୁର ଅଙ୍ଗନବାଡୀ କେନ୍ଦ୍ରରେ ପ୍ରତିଶେଧକ ଟୀକାକରଣ ସମୟରେ ଅଙ୍ଗନବାଡୀ କର୍ମୀ ଦେବକୀ ଭତରାଙ୍କର ମୁଣ୍ଡ ଉପରେ ଛାତ ଭୂଷୁଡିବାରୁ ତାଙ୍କୁ ମୁଣ୍ଡ ଫାଟି ଯାଇଛି। ସେ ଏବେ ଚିକିତ୍ସାଧୀନ ରହିଛନ୍ତି। ସୈାଭାଗ୍ୟବଶତଃ ଶିଶୁମାନେ ବର୍ତ୍ତୀ ଯାଇଥିଲେ। ତେଣୁ ଜିଲାରେ ଯେତେକ ଅଙ୍ଗନବାଡୀ କେନ୍ଦ୍ର ଶୋଚନୀୟ ଅବସ୍ଥାରେ ରହିଛି ତାହା ତୁରନ୍ତ ବନ୍ଦ କରାଯାଉ ଓ ନୂତନ ଅଙ୍ଗନବାଡୀ କେନ୍ଦ୍ର ଗୃହର ମରାମତି ଓ ନିର୍ମାଣ କରାଯାଉ। କାରଣ ମହିଳା ଓ ଶିଶୁ ବିକାଶ ଯୋଜନାରେ ମା’ ଓ ଶିଶୁର ସୁରକ୍ଷା ପାଇଁ ଏହା ନିତ୍ୟାନ୍ତ ଉଦ୍ଦିଷ୍ଟ ହୋଇପାରିବ ବୋଲି ଦାବି କରାଯାଇଛି। ଏହାର ନକଲ ନବରଙ୍ଗପୁର ଶିଶୁ ବିକାଶପ୍ରକଳ୍ପ ଅଧିକାରୀ ଓ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

Comments are closed.