ପେନସନ ପାଇଁ ଯାଇଥିବା ଲୋକଙ୍କୁ ବିଡ଼ିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ 

ନବରଙ୍ଗପୁର,ପାପଡାହାଣ୍ଡି : ପେନସନ କାଗଜପତ୍ର ବାବଦରେ ଜାଣିବାକୁ ଯାଇଥିବା ଲୋକଙ୍କୁ ବିଡ଼ିଓ ଦୁର୍ବ୍ୟବହାର କରିଥିବା ନେଇ  ଗ୍ରାମବାସୀ ଅଭିଯୋଗ କରିଥିବା ଜଣାପଡିଛି। ନବରାଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚେରଚେଟା ପଞ୍ଚାୟତ ଏବଂ ଭାଟିକୋଟ ଗାଁର କିଛି ପୁରୁଷ ଓ ମହିଳା ପ୍ରାୟ ୧୬ ଜଣ  ପାପଡାହାଣ୍ଡି ବ୍ଲକ କାର୍ୟ୍ୟାଳୟକୁ ଯାଇଥିବା ବେଳେ ବିଡ଼ିଓ ରଂଜିତା ମଲ୍ଲିକ ସେମାନଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ଚେରଚେଟା ପଂଚାୟତ ର ୧୬ ଜଣ ପୁରୁଷ ଓ ମହିଳା ବ୍ଲକ କାର୍ୟ୍ୟାଳୟକୁ ଯାଇଥିବା ବେଳେ ବିଡ଼ିଓ ସେମାନଙ୍କୁ କକ୍ଷରୁ ବାହାରିଯିବାକୁ କହିଥିଲେ। ପରେ ସେଠାରେ ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର ଏବଂ କଂଗ୍ରେସ ର କିଛି ସମର୍ଥକ ପହଂଚି ବିଡ଼ିଓଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରି ବ୍ଲକ ସାମନାରେ ସେମାନଙ୍କ ସହ ଧାରଣା ଦେଇଥିଲେ ।  ଏପଟେ ର୍ଦୁବ୍ୟବହାର କରିଥିବା ନେଇ ବିଡ଼ିଓ ଅସ୍ବୀକାର କରିବା ସହ କରୋନା କଟକଣାକୁ ନ ମାନି ମୁହଁରେ ମାସ୍କ ନ ଲଗାଇ ଏତେ ସଂଖ୍ୟାରେ ଲୋକ କାର୍ୟ୍ୟାଳୟ ଭିତରକୁ ପଶି ଆସିବାରୁ ମୁଁ ସେମାନଙ୍କୁ ବାହାରକୁ ଯାଇ ଅଳ୍ପ ଲୋକ ଆସିବା ପାଇଁ କହିଲି ଏବଂ କରୋନା ସରିନାହିଁ ଏବେବି ଅଛି ବୋଲି କହିଥିଲି ବୋଲି କହିଛନ୍ତି । ପରବର୍ତୀ ସମୟରେ ପୁଲିସ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ବୁଝାସୁଝା କରିବା ପରେ ଘଟଣାଟି ଶାନ୍ତ ପଡିଥିଲା ।

Comments are closed.