ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ

ନବରଙ୍ଗପୁର: ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ସାଧାରଣ ସଭା ବେଥେଲ କେମ୍ପସ ମାଝୀଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସମ୍ମାନୀୟ ଅତିଥି ମନୋରଞ୍ଜନ କାର୍ତ୍ତିକ ଏବଂ ମୁଖ୍ୟ ବକ୍ତା ରେଭ ସରୋଜ କୁମାର ହିଆଲ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଏକତା ବିଷୟରେ ଆଲୋକ ପାତ କରିଥିଲେ। ରେଭ ଡ଼ଃ ଶାମୁଏଲ ଲିମା ପବିତ୍ର ଧର୍ମ ଶାସ୍ତ୍ର ବାଇବେଲରୁ କିଛି ଅଂଶ ପଠନ କରିଥିଲେ। ଡ଼ଃ ବିକ୍ରମ କୁମାର ନାଗ ସଭାପତି ପରିଷଦର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରିବା ସହିତ ଭାରତ ସମ୍ଭିଧାନର ଅନୁସୂଚିତ ଜାତି ଵର୍ଗର ଅଧିକାରରୁ ବିଚ୍ୟୁତ କରାଯାଇଛି, ଯାହା ୧୯୫୦ ମସିହା ସମ୍ଭିଧାନର ଧାରା ୩ରେ ଯୋଗ କରାଯାଇଛି। ଏହାଦ୍ୱାରା ଭାରତୀୟ ଦଳିତ ଖ୍ରୀଷ୍ଟିଆନମାନଙ୍କର ସମ୍ଭିଧାନ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଛି।

ରେଭ ପ୍ରଦୀପ କୁମାର ନନ୍ଦ ସମ୍ପାଦକ ଅତିଥିମାନଙ୍କୁ ସ୍ୱାଗତ ସମ୍ବଧନା କରିଥିଲେ। ରେଭ ଗାବ୍ରିଏଲ ସେନାପତି ମଞ୍ଚ ପରିଚାଳନା କରିଥିଲେ ଓ ରେଭ ଡ଼ଃ ଖ୍ରୀଷ୍ଟଦାନ ନାଗ କୋଷାଧ୍ୟକ୍ଷ୍ୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.