ନବରଙ୍ଗପୁରରେ ଶିରିଡି ସାଇବାବାଙ୍କ ମହିମା ଲିଖନ ଭକ୍ତମାନଙ୍କୁ ପୁରସ୍କାର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଚେଇନା ମାର୍କେଟସ୍ଥିତ ଶ୍ରୀ ଶିରିଡି ସାଇବାବାଙ୍କ ମନ୍ଦିର ପରିଚାଳନା କମିଟି ଦ୍ୱାରା ଶ୍ରୀ ଶିରିଡି ସାଇବାବାଙ୍କ ଶ୍ରୀ ସାଇ ସତ୍ୟ ଚରିତ୍ର, ସାଇ ବାବାଙ୍କ ମହିମା ପୁସ୍ତକ ଲିଖନ ଭକ୍ତମାନଙ୍କ ଦ୍ୱାରା ଅନୁଷ୍ଠିତ ହେଇଥିଲା। ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ପୁସ୍ତକ ଲିଖନ ଅନୁଷ୍ଠିତ ହେଇଥିଲା। ଏହି ସାଇବାବାଙ୍କ ମହିମା ପୁସ୍ତକ ଲିଖନୀରେ ୬୦ ଜଣ ଭକ୍ତ ଅଂଶ ଗ୍ରହଣ କରି ଶ୍ରୀ ସାଇବାବାଙ୍କ ମହିମା ସମ୍ପର୍କରେ ଲେଖିଥିଲେ। ଯେଉଁ ସାଇ ଭକ୍ତ ଏହି ପୁସ୍ତକ ଲେଖନୀ ସମ୍ପୂର୍ଣ କରିଛନ୍ତି ସେମାନଙ୍କୁ ଲକି ଡ୍ର ମାଧ୍ୟମରେ ୫ଜଣଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ଏବଂ ଅନ୍ୟ ସାଇ ଚରିତ୍ର ମହିମା ଲେଖନୀ ଭକ୍ତମାନଙ୍କ ପାଇଁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଚତୁର୍ଥ ବର୍ଷ ସାଇ ସତ୍ୟ ଚରିତ୍ର ପୁସ୍ତକ ଲିଖନୀର ପ୍ରଥମ ନିର୍ମଳା ପଟ୍ଟନାୟକ, ଦ୍ଵିତୀୟ ଗୀତାଞ୍ଜଳି ଭୁକ୍ତା, ତୃତୀୟ ସୁନନ୍ଦା ପ୍ରଧାନଙ୍କୁ ରୂପାର ସାଇ ମୁଦ୍ରା ପ୍ରଦାନ କରାଯାଇଥିଲା ଏବଂ ସାଇବାବା ମନ୍ଦିର ପରିଚାଳନା କମିଟି ଦ୍ୱାରା ନବରଙ୍ଗପୁରର ଜଣେ ଅସହାୟ ବୃଦ୍ଧାଙ୍କୁ ମେଡିକାଲ ଚିକିତ୍ସା ନିମନ୍ତେ ଆର୍ଥିକ ସାହାଯ୍ୟ କରାଯାଇଥିଲା। ଏହି କାର୍ୟ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ବି. ସତ୍ୟମ, ଏ. ସିମାଞ୍ଚଳ, ଏ. ସତ୍ୟ ନାରାୟଣ, କେ. ଶ୍ରୀନିବାସ ରାଓ, ଏମ. କ୍ରିଷ୍ଣା ରାଓ ଏବଂ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Comments are closed.