ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା

ନବରଙ୍ଗପୁର: ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣର ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ଦ୍ଵାରା ଏକ ସ୍ଵତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ ଅଶୋକ କୁମାର ପଣ୍ଡାଙ୍କ ନିର୍ଦେଶ କ୍ରମେ ଆୟୋଜିତ ଏହି ସ୍ଵତନ୍ତ୍ର ଅଭିଯାନକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅନ୍ନପୂର୍ଣ୍ଣା ନାୟକ ପରିଚାଳନା କରିଥିଲେ। ଏହି ସ୍ଵତନ୍ତ୍ର ଅଭିଯାନ ଅନୁସାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ଦ୍ଵାରା ଅନଲାଇନ ମାଧ୍ୟମରେ ବିଭିନ୍ନ ଆଇନ ସେବା ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠୀତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ଯୋଗ ଦେଇଥିଲେ ଓ ବିଭିନ୍ନ ପ୍ରଣିତ ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ। ଏକ ସ୍ଵତନ୍ତ୍ର ଅଭିଯାନ ଅନୁସାରେ ଏକ ପ୍ରଚାର ଗାଡି ମାଧ୍ୟମରେ ବିଭିନ୍ନ ଆଇନ ସେବା ବିଷୟରେ ଲୋକ ମାନଙ୍କୁ ସଚେତନତା କରଯାଇଥିଲା ଏବଂ ନବରଙ୍ଗପୁରରେ ଥିବା ୭ ଗୋଟି ଗ୍ରାମ୍ୟ ଆଇନ ପରାମର୍ଶ କେନ୍ଦ୍ରରେ ପାରାଲିଗାଲ ସ୍ଵେଚ୍ଛାସେବୀମାନେ ଲୋକଙ୍କୁ ଆଇନ ସେବା ବିଷୟରେ ଅବଗତ କରିଥିଲେ ଓ ପରାମର୍ଶ ଦେଇଥିଲେ।

Comments are closed.