ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ: ମନ୍ଦିରରେ ଦୀପ ଜାଳିଲେ ଓ ରୋଗୀଙ୍କୁ ଫଳ ବାଣ୍ଟିଲେ ବିଜେପି ନେତା

ନବରଙ୍ଗପୁର: ଜିଲା ଭାରତୀୟ ଜନତାପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୧ ତମ ଜନ୍ମଦିନରେ ତାଙ୍କର ସୁସ୍ଥ ଓ ଦୀର୍ଘଜୀବନ କାମନା କରି ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କର ମନ୍ଦିରରେ ଦୀପଜଳାଇ ପୂଜାର୍ଚ୍ଚନା କରିଥିଲୋ ପରେ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ଯାଇ ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲା ଉପସଭାପତି ସତ୍ୟବାଦୀ ଷଡଙ୍ଗୀ, ଜିଲା ସମ୍ପାଦକ ଶଙ୍କର ଷଡଙ୍ଗୀ, ଜିଲା ମହିଳାମୋର୍ଚ୍ଚା ସଭାପତି ଶର୍ମିଷ୍ଠାଦେଓ, ଜିଲା ପଛୁଆବର୍ଗ ମୋର୍ଚ୍ଚା ସଭାପତି ଦୈତାରୀ ମାଝୀ, ନଗର ମଣ୍ଡଳ ସଭାପତି ପିଣ୍ଟୁ ମିଶ୍ର, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ସୁବତ୍ର ମିଶ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବଦାସ ମହାଙ୍କୁଡ, ଭିକି ଜେନା, ବବିତା ସାହୁ, ସୁନିତା ପାଢୀ, ସୁକାନ୍ତି ବେହେରା, ସ୍ୱାଗତିକା ସାମନ୍ତରାୟ, ବିନୁ ସୁନା, ଶୁଭମ ଚୈାଧୂରୀ, ମଧୂ ଗାଦବା ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Comments are closed.