ସରକାରଙ୍କ କୋପ ନା କୃପା – ନବରଙ୍ଗପୁରରେ ୩ ବର୍ଷ ହେଲା ୭୦୦ ଶିକ୍ଷକ ପଦବୀ ଖାଲି

୧୧୦ଟି ବିଦ୍ୟାଳୟ ବନ୍ଦ କଲେ ରାଜ୍ୟସରକାର, ପାଠପଢାରୁ ବଞ୍ଚିତ ହେବେ ଦୁର୍ଗମ ଅଂଚଳ ପିଲା

ନବରଙ୍ଗପୁର: ଆଦିବାସୀ ଅଧ୍ୟୁସିତ ଓ ପଛୁଆ ନବରଙ୍ଗପୁର ଜିଲାରେ ଶିକ୍ଷାକ୍ଷେତ୍ରରେ ବହୁ ପଛରେ ପଡିଛି। ଜିଲାରେ ପ୍ରାୟ ୪୫ ପ୍ରତିଶତ ଲୋକ ସାକ୍ଷରତା ହାର ରହିଛି। ଯାହା ଫଳରେ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନେବାର ଜରୁରୀ ଆବଶ୍ୟକତା ରହିଛି। ଜିଲାରେ ମୋଟ ୧୯୬୪ଟି ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟ ରାଜ୍ୟ ଗଣଶିକ୍ଷା ବିଭାଗ, ମଙ୍ଗଳ ବିଭାଗ, କେନ୍ଦ୍ର ଶିକ୍ଷା ବିଭାଗ ଓ ଘରୋଇ ଅଧିନରେ ରହିଛି। ସେଥି ମଧ୍ୟରୁ ପ୍ରାଥମିକ ବିଦ୍ୟାଳୟ ୧୧୧୨ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୫୮୨ଟି ଓ ଉଚ୍ଚ ବିଦ୍ୟାଳୟ ୨୨୩ଟି ରହିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ୧୧୦ଟି ବିଦ୍ୟାଳୟ ହୋଇଛି।

ପ୍ରଥମ ନିଷ୍ପତ୍ତି ଅନୁସାରେ ଯେଉଁ ବିଦ୍ୟାଳୟରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ଥିବେ ସେହି ବିଦ୍ୟାଳୟକୁ ବନ୍ଦ କରାଯିବ। ପରବର୍ତ୍ତୀ ନିୟମ ପ୍ରକାରେ ୧୫ ଭିତରେ ଥିବା ଛାତ୍ରଛାତ୍ରୀଙ୍କର ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ବିଲିନ କରାଯାଇଛିା ଯାହାକି ବଳବତ୍ତର ରହିଛି। ତେବେ ଓଡିଶା ଉଚ୍ଚନ୍ୟାୟାଳୟ ରାଜ୍ୟର କୈାଣସି ବିଦ୍ୟାଳୟ ବନ୍ଦ ନକରି ପୂର୍ବବତ ସମସ୍ତ ବିଦ୍ୟାଳୟଗୁଡିକ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହିିଁକି ସରକାର ବିଦ୍ୟାଳୟ ବନ୍ଦ କରିଛନ୍ତି ବୋଲି ବହୁ ଅବିଭାବେକ ମାନେ ପ୍ରଶ୍ନ କରିଛନ୍ତି। ବନ୍ଦ କରିଥିବା ୧୧୦ଟି ବିଦ୍ୟାଳୟ ଭିତ୍ତିଭୂମି ଓ ଗୃହ ରହିଥିବା ବେଳେ ଏହା ପରବର୍ତ୍ତୀ କେଉଁ କାମରେ ଆସିବ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ ଉପୁଜିଛି।

ଏବେ ସମସ୍ତ ବିଦ୍ୟାଳୟ ପଞ୍ଚାୟତ ରାଜ ବିଭାଗର ଅଧିନକୁ ଯାଇଛି। ଗଣଶିକ୍ଷା ବିଭାଗ କେବଳ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି କରିବେ। ତେବେ ବିଦ୍ୟାଳୟର ଗୃହ ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟୀତ୍ୱ ପଞ୍ଚାୟତରାଜ ବିଭାଗକୁ ଦାୟୀତ୍ୱ୍‍ ଦିଆଯାଇଥିବାରୁ ଏହି ବିଦ୍ୟାଳୟର ଗୃହ କେଉଁ କାମରେ ବ୍ୟବହାର କରାଯିବ ତାହା ଗ୍ରାମବାସୀ ମାନେ ଜାଣି ପାରୁନାହାନ୍ତି। ଉଚ୍ଚନ୍ୟାୟାଳର ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରୁନଥିବା ଅଭିବାଭବକମାନେ ଅଭିଯୋଗ କରିବା ସହ ସେମାନେ ସେମାନଙ୍କର ବିଦ୍ୟାଳୟକୁ ନେଇ ବହୁ ଅଶା ଓ ଆଶଙ୍କାରେ ରହିଛନ୍ତି। ପ୍ରାୟ ୧ରୁ ଦେଢ କିଲୋମିଟର ଦରୂରେ ନୂତନ ବିଦ୍ୟାଳୟକୁ ଯିବାକୁ କୁନିକୁନି ପିଲା ମାନେ ଅମଙ୍ଗ ହେଉଥିବାରୁ ବନ୍ଦ ହୋଇ ଥିବା ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେବା ଦେଖାଦେଇଛି। ସରକାର ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିଥିବା ବେଳେ ୧୫ଜଣ ଛାତ୍ରଛାତ୍ରୀ କମ୍‍ଥିବା ବିଦ୍ୟାଳୟକୁ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି। ଅଧିକାଂଶ ବିଦ୍ୟାଳୟ ଦୁର୍ଗମ ଅଞ୍ଚଳରେ ରହିଥିବାବେଳେ ପାହାଡ ଜଙ୍ଗଲ ଓ ନାଳ ରାସ୍ତା ପାର ହୋଇ ଯିବାକୁ ପଡୁଛି। କେତେକ ବିଦ୍ୟାଳୟକୁ ଯିବାକୁ ବିପଦସଂକୁଳ ରାସ୍ତା ରହିଥିବାରୁ ଅଭିଭାବକମାନେ ସେମାନଙ୍କର ପିଲା ମାନଙ୍କୁ ଛାଡିବାକୁ ରାଜି ହେଉନଥିବା ଜଣାପଡିଛି।

ସେମାନେ ସେମାନଙ୍କର ପିଲା ମାନଙ୍କୁ ନିୟମିତ ଯାତାୟତର ସୁରକ୍ଷିତ ନେଇ ସନ୍ଦେହ ରେ ରହୁଛନ୍ତି। ୧୧୦ଟି ବିଦ୍ୟାଳୟ ଉଚ୍ଛେଦପରେ ପଛୁଆ ଓ ଆଦିବାସୀ ଅଧ୍ୟୁସିତ ଏହିଜିଲାରେ ସମସ୍ତପିଲାଙ୍କୁ ଶିକ୍ଷାମିଳିବା ସମ୍ଭବପର ହୋଇପାରିବନି ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି। ସେହିପରି ଜିଲାର ମୋଟ ୧୯୬୪ ବିଦ୍ୟାଳୟରେ ମୋଟ ୨ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଜିଲାରେ ମୋଟ ୬୧୦୦ ଶିକ୍ଷକ ରହିଥିବା ବେଳେ ୩୭୦୦ ନିୟମିତ ଓ ୧୯୩୪ ଗଣ ଶିକ୍ଷକ ରହିଛନ୍ତି। ଜିଲାରେ ମାଟ ୭୦୦ଟି ଶିକ୍ଷକ ପଦବୀ ଖାଲି ରହିଛି। ପ୍ରତି ବର୍ଷ ୬୦ରୁ ୭୦ ଜଣ ଅବସର ନେଉଥିବାବେଳେ ଗତ ୩ବର୍ଷ ହେଲା ନିଯୁକ୍ତି ହୋଇ ନଥିବା ଜଣାପଡିଛି। ଫଳରେ ବିଦ୍ୟାଳୟ ର ଶିକ୍ଷାଦାନରେ ଏହା ଗୁରୁତର ଭାବେ ପ୍ରଭାବ ପକାଇବ ବୋଲି ମତ ପ୍ରକାଶ ପାଇଛି। ଜିଲାର ପ୍ରାୟ ୪୦ଟି ବିଦ୍ୟାଳୟରେ ଜଣେ ଶିକ୍ଷକ ରହିଛନ୍ତି। ବର୍ତ୍ତମାନ କରୋନା କାରଣରୁ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଥିବାବେଳେ ଏହାପିଲା ମାନଙ୍କର ଶିକ୍ଷାକ୍ଷେତ୍ରରେ ଗଭୀର ପ୍ରଭାବ ପକାଉଛି। ତେଣୁ ବିଦ୍ୟାଳୟ,ଶିକ୍ଷା ଓ ଶିକ୍ଷକ ସମସ୍ୟାନେଇ ସରକାର ବର୍ତ୍ତମାନ ଠାରୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Comments are closed.