ଜିଲାସ୍ତରୀୟ ସଡକ ସୁରକ୍ଷା ବୈଠକ, ଏକ ସପ୍ତାହ ପରେ ଯାଞ୍ଚ କଡାକଡି

ନବରଙ୍ଗପୁର: ମିଶନଶକ୍ତି ହଲଠାରେ ବୁଧବାର ସଂନ୍ଧ୍ୟାରେ ଜିଲାସ୍ତରୀୟ ସଡକସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଥିଲେ ଯେ, ଜିଲାରେ ରାସ୍ତା ଦୁର୍ଘଟଣାକୁ ହ୍ରାସ କରିବା, ବ୍ଲାକ୍‍ସ୍ପଟକୁ ଚିହ୍ନଟ କରିବା ଓ ନିୟମିତ ବ୍ୟବଧାନରେ ଚାଳକ ଏବଂ ହେଲମେଟ୍‍ ଯାଞ୍ଚ କରାଯିବ। ଆସନ୍ତା ଏକ ସପ୍ତାହପରେ ସଡକ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ ବୋଲି କହିଥିଲେ। ଯାହା ଫଳରେ ଦୁର୍ଘଟଣାକୁ ହ୍ରାସ କରାଯାଇ ପାରିବ। ସାଂସଦ ରମେଶ ଚନ୍ଦ୍ର ମାଝୀ ଜିଲାରେ ବାରମ୍ବାର ସଡକ ଦୁର୍ଘଟଣା ବଢୁଥିବାରୁ ଏହି ପ୍ରତି ପଦକ୍ଷେପ ନେବାକୁ କହିଥିଲେ। ନିୟମିତ ଭାବେ ସଡକ ଯାଞ୍ଚ କରିବା, ଦ୍ରୁତ ଚାଳନା, ମଦୁଆ ଡ୍ରାଇଭର ଉପରେ ପଦକ୍ଷେପ ନେବା ସହ ଖରାପ ସଡକର ମରାମତି ଓ ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ।

ଏସ୍‍.ପି ପି.ଏଲ ପୁରୁଷୋତ୍ତମ ଦାସ ଜିଲାରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ପୁଲିସ ଓ ଆରଟିଓ ବିଭାଗ ପକ୍ଷରୁ ନିୟମିତ ଭାବେ ଯାଞ୍ଚ କରିବାକୁ କହିଥିଲେ। ଏହାଛଡା ଦୁର୍ଘଟଣା ସ୍ଥଳକୁ ଚିହ୍ନଟ କରି ମରାମତି କରିବାକୁ ଗୁରୁତ୍ୱ ଦେଇଥିଲେ। ଏଆରଟିଓ ବିଭୂରଞନ ନାୟକ ସ୍ୱାଗତ ଭାଷଣ ଜଣାଇବା ସହ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ। ଅନ୍ୟମାନଙ୍କର ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା ଓ ବହୁଲୋକପ୍ରତିନିଧି ଓ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Comments are closed.