ଟିକାକରଣ କେନ୍ଦ୍ର ତଦାରଖ କଲେ ନୋଡାଲ ଅଫିସର

ନବରଙ୍ଗପୁର/ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ କୋଭିଡ ନୋଡାଲ ଅଫିସର ତଥା ପାପଡାହାଣ୍ଡି ବିଡ଼ିଓ ରଂଜିତା ମଲ୍ଲିକ ସୋମବାର ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା କୋଭିଡ ଟିକାକରଣ କେନ୍ଦ୍ର ବୁଲି ଦେଖିବା ସହ ଟୀକା ଦେବାକୁ ଆସୁଥିବା ଲୋକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଦେଖିଥିଲେ। ମେଡିକାଲକୁ ଯାଇ ସେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମେଡିକାଲ ପରିସରରେ ରାତିରେ ଲାଇଟ ଜଳୁ ନଥିବା ସ୍ଥାନୀୟ ମେଡିକାଲ ଅଧିକାରୀ ଡ଼ଃ ବାହାଲି ଅଭିଯୋଗ କରିବା ସହ ଲାଇଟ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।

Comments are closed.