ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ପରିବାର ଓ ସ୍ବେଛାସେବୀ ଅନୁଷ୍ଠାନ ‘ମା ଘର’ ଅଧ୍ୟକ୍ଷାଙ୍କ ସହିତ ନବରଙ୍ଗପୁର ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ନବରଙ୍ଗପୁର ସାନମସିଗାଁ ପଞ୍ଚାୟତ ଅନ୍ତର୍ଗତ ଚିରମାପଣ୍ଡି ଗ୍ରାମର ଜଣେ ନାବାଳିକା (୧୩ ବର୍ଷ) ଗତକାଲି ସିଉନି ଗ୍ରାମର ନିଜ ମାମୁଁ ଘରକୁ ଯାଇଥିଲେ। ଆଜି ଦିନ ପ୍ରାୟ ଏଗାରଟା ସମୟରେ ପିଡୀତଙ୍କ ନିଜ ଗ୍ରାମର ବବୁଲୁ ହରିଜନ ନାମକ ଯୁବକ ତାଙ୍କ ମାମୁଁ ଘର ଗ୍ରାମକୁ ଆସି ନାବାଳିକାଙ୍କ ମା’ଙ୍କ ଦେହ ଖରାପ ଥିବା ଯୋଗୁ ତାଙ୍କୁ ଘରରୁ ଆଣିବାକୁ ତାଙ୍କ ମା ପଠେଇଥିବା କହି ନାବାଳିକାଙ୍କ ଅନିଚ୍ଛା ସତ୍ତ୍ବେ ବବୁଲୁ ସହ ଯାଇଥିଲେ। କିନ୍ତୁ ସିଉନି ଗ୍ରାମର କିଛି ଦୂରରେ ଥିବା ଏକ ଜଙ୍ଗଲରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ନାବାଳିକା ଜଣକ କୌଣସି ପ୍ରକାରେ ଯୁବକଙ୍କ ହାତରୁ ଖସି ମାମୁଁ ଘରକୁ ଯାଇ ସବୁକଥା କହିଥିଲେ।

ପରବର୍ତୀ ସମୟରେ ପରିବାର ଲୋକେ ଆଜି ସନ୍ଧ୍ୟାରେ ନବରଙ୍ଗପୁର ସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ‘ମା ଘର‘ ସହାୟତାରେ ନାବାଳିକା ଓ ତାର ପରିବାର ସହ ନବରଙ୍ଗପୁର ଥାନା ମହିଳା ଓ ଶିଶୁ ଡେସ୍କରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ୍ ମାମଲାର ତଦନ୍ତ କରୁଛି। ବର୍ତ୍ତମାନ ଅଭିଯୁକ୍ତ ଫେରାର ଥିବା ବେଳେ ଅଭିଯୁକ୍ତକୁ ଧରିବା ସକାଶେ ପୋଲିସ ପ୍ରୟାସ ଜାରି ରଖିଛି।

Comments are closed.