ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ପିଟିଏ ବୈଠକ

ନବରଙ୍ଗପୁର : ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଅବିଭାବକ ଶିକ୍ଷକ ସଂଘ (ପିଟିଏ) ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ମଣ୍ଟୁ କୁମାର ଯୋଗଦେଇ ବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ। ବିଦ୍ୟାଳୟରେ ପିଜିଟି ଶିକ୍ଷକ ରସାୟନ ବିଞାନ ଓ ହିନ୍ଦି ଓ ଟିଜିଟି ଶିକ୍ଷକ ସଂସ୍କୃତ, ଲାଇବ୍ରେରୀ,  ମ୍ୟୁଜିକ ଓ ଡବ୍ଲୁଇଇ ଖାଲି ଥିବା ପ୍ରକାଶ କରିଥିଲେ। ପ୍ରାଥମିକ ଶିକ୍ଷକ ୧୧ ଜଣଙ୍କର ମଧ୍ୟରୁ ୨ଜଣ ଇସ୍ତଫା ଦେଇଥିବାରୁ ପଦବୀ ଖାଲି ରହିଛି । ବିଦ୍ୟାଳୟରେ ବର୍ଷାଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଇଛିିି । ଦୀର୍ଘ ୧୧ବର୍ଷପରେ ବିଦ୍ୟାଳୟକୁ ବିଏସଏନଏଲ ସଂଯୋଗ କରାଯାଇଥିବା ସେ ସୂଚନା ଦେଇଥିଲେ। ଏହା ସହିତ ଅଗ୍ନି  ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ପ୍ରିଣ୍ଟର, ଜେରକ୍ସ ମେସିନ କିଣାଯିବା ସହ ଆସବାବପତ୍ର କିଣାଯାଇଛି। ବର୍ତ୍ତମାନ କୋଭିଡ  ନିୟମ ପାଳନ ସହିତ ଷଷ୍ଠରୁ ଦ୍ୱାଦଶ ଯାଏଁ ଅନ୍‍ଲାଇନ ଓ ଅଫ୍‍ଲାଇନରେ ପାଠ ପଢାଯାଉଛି । ପ୍ରାଥିମିକ ସ୍ତରରେ କେବଳ ଅନଲାଇନରେ ପାଠ ପଢାଯାଉଛି । ବିଦ୍ୟାଳୟର ମରାମତି ସହିତ ସମସ୍ତ ଗ୍ରୀଲ ରେ ରଙ୍ଗ ଦିଆଯାଇଛି । ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ ସ୍କାଉଟର ରାଜ୍ୟସ୍ତରୀୟ ପରୀକ୍ଷାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି ବୋଲି ସୂଚନା ଦେଇଥିଲେ। ଏହି ସଂଘର ପାଇଁ ଦୁଇଜଣ ପିଜିଟି ଶିକ୍ଷକ କେ.କରୁନ ଓ ପିଆରଟି ଶିକ୍ଷକ ଜ୍ୟୋତିଷ ପୁଟେଲ ଙ୍କୁ ସଂଘର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ଏହାଛଡା ଜଣେ ଶିକ୍ଷୟତ୍ରୀ ମଲ୍ଲିକା ମ୍ୟାଡାମଙ୍କୁ ସଦସ୍ୟା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଦ୍ୟାଳୟରେ ଓଡିଆ ପାଠକ୍ରମରେ ପରୀକ୍ଷା କରାଇବା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ପାଦକ ବାଙ୍କବିହାରୀ ବିଷୋୟୀ ଯୋଗଦେଇ ଅନ୍‍ଲାଇନରେ ପାଠପଢାରେ ହେଉଥିବା ବିଭ୍ରାଟ ସଂପର୍କରେ କହିଥିଲେ । ବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ପତାକା ଲଗାଇଲେ ଏହା ସୈାନ୍ଦର୍ଯ୍ୟବୃଦ୍ଧି ହୋଇପାରିବ ବୋଲି କହିଥିଲେ। ତେବେ ଏଥିପ୍ରତି ପଦକ୍ଷେପ ନିଆଯିବାକୁ ସ୍ଥିର କରାଯାଇଥିଲା।

Comments are closed.