ନବରଙ୍ଗପୁରରେ ପୁଣି କରୋନା ଆକ୍ରାନ୍ତ ସଂଖ୍ୟା ୩୮୩ , ଦୁଇ ସାମ୍ବାଦିକ ଆକ୍ରାନ୍ତ

ସହରରେ ସର୍ବାଧିକ ୬୯ ପଜିଟିଭ ନେଇ ଚିନ୍ତା

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା କମୁନଥିବାବେଳେ ଗତ ସୋମବାର ୩୮୬ ଜଣ , ମଙ୍ଗଳବାର ଦିନ ୩୩୪ ଜଣ, ବୁଧବାର ୩୫୧ ଜଣ, ଗୁରୁବାର ଦିନ ୩୪୬ ଓ ଆଜି ଶୁକ୍ରବାର ୩୮୩ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ଲଗାତାର ଭାବେ ଦୈନିକ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ଜଣାଯାଇଛି। ଜିଲାରେ ମୋଟ ୨୬,୪୫୮୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ମୋଟ ୧୭,୧୭୮ଜଣ କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ସେଥିମଧ୍ୟରୁ ୧୩,୭୫୯ ସୁସ୍ଥ ହୋଇଛନ୍ତି। ଏବେ ମୋଟ ୩୨୯୩ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସେଥିମଧ୍ୟରୁ ୩୦୭୩ ଜଣ ନିଜଘରେ ସଙ୍ଗରୋଧରେ ରହିଛନ୍ତି। ଅନ୍ୟ ୨୨୦ଜଣ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସହିତ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨୬, ୬୧୬୫ ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଛି। ଗୋଟିଏଦିନ ୧୫୭୮ ଜଣଙ୍କର ନମୁନା ପରୀକ୍ଷାରୁ ଶୁକ୍ରବାର ଦିନ ଜିଲାରେ ମୋଟ ୩୮୩ ଜଣ ଆକ୍ରାନ୍ତ ହୋଇଛନ୍ତି।

ଆଜି ନବରଙ୍ଗପୁର ପୌରାଞ୍ଚଳରେ ସର୍ବାଧିକ ୬୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ଚନ୍ଦାହାଣ୍ଡି ବ୍ଳକରେ ୨୬ ଜଣ, ରାଇଘର ବ୍ଳକରେ ୪୯ ଜଣ, ଝରିଗାଁ ବ୍ଳକରେ ୩୧ଜଣ, ଉମରକୋଟ ବ୍ଳକରେ ୫୮ଜଣ , ଉମରକୋଟ ପୌରାଞ୍ଚଳରେ ୩୬ଜଣ, ନବରଙ୍ଗପୁର ବ୍ଳକରେ ୧୧ଜଣ, ଡାବୁଗାଁ ବ୍ଲକରେ ୧୨ଜଣ, ପାପଡ଼ାହାଣ୍ଡି ବ୍ଳକରେ ୨୧ଜଣ, କୋଷାଗୁମୁଡା ବ୍ଳକରେ ୨୧ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୧୪ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡି ବ୍ଳକରେ ୩୫ଜଣ ଆକ୍ରାନ୍ତ ହୋଇଛନ୍ତି। ନବରଙ୍ଗପୁର ସହରରେ ଆଖପାଖଅଞ୍ଚଳ ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳକୁ ଯାଉଥିବାବେଳେ ଏହା ସହରର ଆକ୍ରାନ୍ତ ସଂଖ୍ୟାକୁ ଆହୁରି ବୃଦ୍ଧି କରୁଛି। ତେବେ ଜିଲାରେ ପ୍ରଥମକରି ନବରଙ୍ଗପୁର ସହରର ଦୁଇ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହାକି ସାଧାରଣରେ ଅଧିକ ଚିନ୍ତା ବଢ଼ାଇଛି। ସେମାନେ ନିଜଘରେ ସଙ୍ଗରୋଧରେ ରହୁଥିବା ଜଣାଯାଇଛି।

Comments are closed.