ସିରିସି ୟୁଜି ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପୋକଡା ଚାଉଳ ବଣ୍ଟନକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସିରିସି ୟୁଜି ଉଚ୍ଚ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନରେ ଦେବାକୁ ଥିବା ଚାଉଳ ବଣ୍ଟନ କରିବା ସମୟରେ ଚାଉଳରେ ପୋକ ଥିବା ଏବଂ ବହୁତ ପୁରୁଣା ଷ୍ଟକ ଚାଉଳ ବଣ୍ଟନ କରାଯାଉଥିବା ଦେଖି ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ପ୍ରାପ୍ତ ସୂଚନା ମୁତାବକ କୋଭିଡ ଯୋଗୁଁ ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଯାଇଥିବା ସ୍ଥଳେ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ହୋଇଯାଇଥିଲା । ତେବେ ବର୍ତମାନ ସରକାରଙ୍କ ନିର୍ଦେଶ ପରେ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଚାଉଳ ବାଣ୍ଟିବା ପାଇଁ କୁହାଯାଇଥିବା ଯୋଗୁଁ ଆଜିସିରିସି ୟୁଜି ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଡାକି ଚାଉଳ ବଣ୍ଟନ କରାଯାଉଥିଲା । ବସ୍ତା ଖୋଲି ଚାଉଳ ବଣ୍ଟନ କରାଯିବା ସମୟରେ କିଛି ଅଭିଭାବକ ଚାଉଳ ନେଇ ପଳାଇଥିଲେ ଆଉ କିଛି ଚାଉଳରେ ପୋକ ବାହାରିବା ଦେଖି ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଚାଉଳ ବାଣ୍ଟିବା ବନ୍ଦ କରି ଚାଉଳ ଫେରେଇ ନେଇଥିଲେ । ଏ ନେଇ ସେଠାର ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଯେ ଫେବୃଆରୀ ମାସର ମଧ୍ୟାହ୍ନ ଭୋଜନ ଚାଉଳ ଷ୍ଟକ ରହିଯାଇଥିଲା, ଚାଉଳ ବାଣ୍ଟିବାକୁ ନିର୍ଦେଶ ଆସିବା ପରେ ଚାଉଳ ବାଣ୍ଟୁଥିଲୁ ପୋକ ବାହାରିବା ଯୋଗୁଁ ଚାଉଳ ଫେରସ୍ତ ନେଇ ଯାଇଛୁ, ବଳକା କିଛି ଲୋକ ଚାଉଳ ନେଇ ଘରକୁ ଚାଲିଯାଇଛନ୍ତି ସେମାନଙ୍କ ଠୁ କାଲି ଫେରେଇ ଆଣିବୁ ବୋଲି କହିବା ସହ ବିଇଓଙ୍କୁ ଏ ବିଷୟରେ ଜଣାଇଛୁ । ଭଲ ଚାଉଳ ଆସିଲେ ଆମେ ଛାତ୍ରଛାତ୍ରୀଙ୍କୁ ଡାକି ବାଣ୍ଟିବୁ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।

Comments are closed.