ନବରଙ୍ଗପୁରରୁ ୭ ନୂଆ କରୋନା ପଜିଟିଭ୍‍ ଚିହ୍ନଟ

ମୋଟ ୪୧ରୁ ୧୧ ସଂପୂର୍ଣ୍ଣ ଆରୋଗ୍ୟ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଆଜି ପୁଣି ୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କୁ ତୁରନ୍ତ ନବରଙ୍ଗପୁର କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଛି। ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୧ କୁ ବୃଦ୍ଧି ପାଇଛି। ନବରଙ୍ଗପୁର କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ମୋଟ ୨୯ଜଣ ହେଉଥିବାବେଳେ ସେଥିମଧ୍ୟରୁ ସୋମବାରଦିନ ୩ଜଣ ଙ୍କୁ ମିଶାଇ ୧୧ ଜଣ ସଂପୂର୍ଣ୍ଣ ଆରୋଗ୍ୟ ହୋଇଥିବା ଜଣାପଡିଛି। ଜଣେ ଗୁରୁତର ରୋଗୀ ଭୂବନେଶ୍ୱର ସୋମ୍‍ ହସ୍ପିଟାଲକୁ ପଠାଯାଇଛି। ଏସଂପର୍କରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଭିଡିଓବାର୍ତ୍ତାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୭ଜଣ ଆକ୍ରାନ୍ତ ବ୍ୟକ୍ତିମାନେ ଉମରକୋଟ ବ୍ଳକ ଅଞ୍ଚଳରେ ଭଣ୍ଡାରୀଗୁଡା ଟିଏମସିରେ ରହି ପରେ ଘରକୁ ଫେରିଥିଲେ। ଆଗରୁ ଭଣ୍ଡାରୀଗୁଡା ରେ ଜଣେ କରୋନା ଆକ୍ରାନ୍ତ ହୋଇଥିବାରୁ ତାଙ୍କର ସଂସ୍ପର୍ଶରେ ଆସି ଏମାନେ ଆକ୍ରାନ୍ତ ହୋଇଥିବା ଜିଲାପାଳ ଡଃ.ମିଶ୍ର ପ୍ରକାଶ କରିଛନ୍ତି। ତେବେ ଏହି ଆକ୍ରାନ୍ତକାରୀମାନଙ୍କର କୈାଣସି ସିମଟମ୍‍ ନଥିବା ଜଣାଯାଇଛି। ତେବେ ଜନସଚେତନତା ସହ ମାସ୍କବ୍ୟବହାର, ସମଦୂରତା ବଜାୟ ରଖିବା ଓ ଜରୁରୀ ଆବଶ୍ୟକ ନହେଲେ ଘରୁ ନବାହାରିବାକୁ ଜିଲାପାଳ ଡଃ.ମିଶ୍ର ପରାମର୍ଶ ଦେଇଛନ୍ତି।

Comments are closed.