ସୁନାଶଙ୍ଖ ନାଁରେ ତିନିଲକ୍ଷ ଟଙ୍କା ଠକେଇ : ୨ ଅଟକ

ନବରଙ୍ଗପୁର : ନବରଙ୍ଗପୁର ନକଲି ସୁନାଶଙ୍ଖକୁ ଅସଲି କହି ସୁନାଶଙ୍ଖ ଠକେଇ କରିଥିବା ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଡାବୁଗାଁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି ଗୋଟିଏ ନକଲି ପିତଳ ଆବୃତ ଶଙ୍ଖ ଜବତ କରିଛି

ସୂଚନା ଅନୁଯାୟୀ, ସୁନା ଶଙ୍ଖ ଦେବାକୁ କହି ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଧିନ ବାଲିଡିଆ ଗାଁର ମିଥୁନ ବେହେରାଙ୍କ ଅଭିଯୋଗ କ୍ରମେ ଡାବୁଗାଁ ଥାନାରେ କେସ ନମ୍ବର /୨୦ ଏକ ମାମଲା ରୁଜୁ ହୋଇଛି ଡାବୁଗାଁ ଥାନା ଅନ୍ତର୍ଗତ କୋଇଲାରି ଗାଁର ସନସାଇ ପୋଢ ଭୂବନେଶ୍ୱର ଠାରେ ଜଣେ ଠିକାଦାରଙ୍କ ପାଖରେ କାମ କରୁଥିଲା ମିଥୁନଙ୍କ ଭାଇ ବିକାଶ ବେହେରା ମଧ୍ୟ ସେଠାରେ କାମ କରୁଥିଲା ସନସାଇ କହିବା ଅନୁଯାୟୀ ଗାଁ ଲୋକଙ୍କ ପାଖରେ ସୁନା ଶଙ୍ଖ ରହିଛିସେମାନେ କମ ଦାମରେ ବିକ୍ରି କରିଦେବେ ବିକାଶ ଆସି ମିଥୁନକୁ ଘଟଣା ସମ୍ପର୍କରେ କହିଥିଲା।। ପରେ ସନସାଇ ଦୁଇ ଭାଇଙ୍କୁ ଭୂବନେଶ୍ୱରରେ ଭେଟ ହୋଇ ଡିସେମ୍ବର ୧୧ ତାରିଖ ଦିନ ଡାବୁଗାଁ ଆଣିଥିଲା

ପରେ ସେ ତିନିଜଣ ସାଙ୍ଗକୁ ଡକାଇ ସନସାଇ ସମେତ ଜଣ ଉମରକୋଟ ରାସ୍ତା ଆଡକୁ କିମି ଦୂରକୁ ଏକ ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ସେଠାରେ ସୁନାଭଳି ଶଙ୍ଖ ଦେଖାଇଲେ ଶଙ୍ଖର ଦାମ ତିନିଲକ୍ଷ ଟଙ୍କା ବୋଲି କହିଲେ ସେଠାରେ ଶଙ୍ଖକୁ ପରୀକ୍ଷା କରି ଦେଖାଇବା ସହ କିଛି ଗୁଣ୍ଡ କରି ନମୁନା ଦେଲେ ଏହି ଗୁଣ୍ଡକୁ ନେଇ ଗାଁ ପାଖରେ ଜଣଙ୍କ ପାଖରେ ପରୀକ୍ଷା କରିବାରୁ ତାହା ସୁନା ବୋଲି ଜଣାପଡିଥିଲା ସନସାଇ ତାଙ୍କ ସାଙ୍ଗମାନେ ଫୋନ କରି ଜଣାଇଥିଲେଯେ ଟଙ୍କା ଦେଇ ସୁନାଶଙ୍ଖ ନେଇଯାଅ ଡିସେମ୍ବର ୨୦ ତାରିଖ ଦିନ ମିଥୁନ ରଞ୍ଜନ ବେହେରା ଡାବୁଗାଁ ପହଞ୍ଚି ସନସାଇ ତାଙ୍କ ତିନି ଜଣ ସାଥିକୁ ଭେଟି ଶଙ୍ଖ ଦେଇ ଲକ୍ଷ ଟଙ୍କା ନେଇଥିଲେ। ଆଉ ବାକି ତିନିଲକ୍ଷ ଟଙ୍କା ସୁନାଶଙ୍ଖ ବିକ୍ରି କରି ଦେଇଦେବୁ ଜଣେ ଆମ ସହିତ ଭୁବନେଶ୍ୱର ଆସନ୍ତୁ ବୋଲି ମିଥୁନ କହିଥିଲା ସନସାଇ ତାଙ୍କ ସାଙ୍ଗ ମାନେ ଡାବୁଗାଁରେ ଅପେକ୍ଷା କରିବାକୁ କହିଥିଲେ ତେବେ କେହି ଆସିଲେ ନାହିଁ ପରେ ଗାଁକୁ ନେଇ ସୁନାରୀକୁ ଦେଖାଇ ପରୀକ୍ଷା କରାଗଲା ତାହା ସୁନା ଶଙ୍ଖ ନୁହେଁ ବୋଲି ଜଣାପଡିଲା ପରେ ସନସାଇ ତାଙ୍କ ସାଥି ମାନଙ୍କୁ ଫୋନ କରି ଯୋଗା ଯୋଗ କରି ଟଙ୍କା ଫେରାଇ ଦେବାକୁ କହିଲେ ହେଲେ  ଫୋନ କଲ ରିସିଭ କଲେ ରିସିଭ କଲେ ନାହିଁ ଏନେଇ ମିଥୁନ ଡାବୁଗାଁ ଥାନାରେ ଏତଲା ଦେଇଥିଲେଏହାପରେ ପୁଲିସ ଦୁଇଜଣ ଅଭିଯୁକ୍ତକୁ ରଖି ତଦନ୍ତ କରୁଛି

Comments are closed.