ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କର୍ମୀ ପ୍ରଶିକ୍ଷଣ ଶିବିର

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଖଜିରାପାଟଠାରେ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ, ନାମମାତ୍ର ଚାଷୀ, ଭାଗଚାଷୀମାନଙ୍କୁ ନେଇ ଏକ କର୍ମୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଉପଦେଷ୍ଟା ଅକ୍ଷୟ କୁମାର, ରାଜ୍ୟ ଉପଦେଷ୍ଟା ଅନୁପମ ଭାରତ, ସାହାରପଡା ବ୍ଲକ ଶାଖା ସଭାପତି ବୀରେନ୍ଦ୍ର ମହାନ୍ତ, ସାମାଜିକ କର୍ମୀ ତଥା କୃଷକ ନେତା ଅଖିଳ ଚନ୍ଦ୍ର ନାଏକ ଓ ହେମନ୍ତ ମହାନ୍ତ ପ୍ରମୁଖ ଯୋଗଦେଇ ଚାଷୀ କର୍ମୀମାନଙ୍କୁ ସଂଗଠନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ସଂଗଠନ କୃଷି ଓ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ୟ୍ୟ କରୁଥିବାରୁ ସଂଗଠନରେ ଅଧିକରୁ ଅଧିକ ସଦସ୍ୟ ସଦସ୍ୟାଙ୍କୁ ସାମିଲ କରାଯିବାକୁ ପରାମର୍ଶ ଦିଆଯାଇଥିଲା ।

Comments are closed.