ଅମାନିଆଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ତାଗିଦ୍

ଭୁବନେଶ୍ବର: କିଛି ଅମାନିଆ ପ୍ରବାସ ଫେରନ୍ତାଙ୍କ ବଦମାସୀ ଓ ଉଚ୍ଛୃଙ୍ଖଳ କାର୍ଯ୍ୟ ପାଇଁ ସମସ୍ତ ପ୍ରବାସୀଙ୍କୁ ଗଞ୍ଜଣା ସହିବାକୁ ପଡ଼ୁଛି । ଅନ୍ୟମାନେ ଗାଳି ଗୁଲଜ କରୁଛନ୍ତି । ତେଣୁ ନିଜ ପରିସୀମା ମଧ୍ୟରେ ଓ ସରକାରୀ ଆଦବକାଇଦାକୁ ମାନି ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ମୁଖପାତ୍ର, ଡ଼ିଜି, ମୁଖ୍ୟ ସଚିବ ପ୍ରବାସୀଙ୍କୁ ଚେତାବନୀ ଦେଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଶେଷରେ ଏହି ପ୍ରସଙ୍ଗରେ ମୁହଁ ଖୋଲି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ।

ଏହାପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ କ୍ବାରେଣ୍ଟାଇନ ନ ମାନି ମନମାନି କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟକୁ ଆସୁଥିବା ସବୁ ପ୍ରବାସୀ କ୍ବାରେଣ୍ଟାଇନ ‌ ନିୟମ ପାଳନ କରନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହ ଘରୋଇ ଡ଼ାକ୍ତରଖାନାରେ କୋବିଦ-୧୯ ପରୀକ୍ଷା କରାଯିବାକୁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ବର୍ତମାନ ରାଜ୍ୟରେ ୮ଟି ସ୍ଥାନରେ କରୋନା ପରୀକ୍ଷା ବ୍ୟବସ୍ଥା ରହିଛି । ଅଧିକ ପରୀକ୍ଷା କରାଯିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Comments are closed.