ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କ୍ୟାଣ୍ଡଲ ଶୋଭାଯାତ୍ରା

ବେଗୁନିଆ: ଗତ ବର୍ଷ ପୁଲୱାମା ଠାରେ ସହିଦ ହୋଇଥିବା ଯବାନ ଓ ବର୍ତ୍ତମାନ ଚାଲିଥିବା କୃଷକ ଆନ୍ଦୋଳନରେ ସହିଦ ହୋଇଥିବା କୃଷକମାନଙ୍କ ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ସନ୍ଧ୍ୟାରେ ବାଘମାରି ବଜାରରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏଥିରେ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ସୁରେଶ କୁମାର ମାନସିଂହ, ବ୍ଲକ ସଂଯୋଜକ ଜୟନ୍ତ କୁମାର ତ୍ରିପାଠୀ, ମଦନ କୁମାର ସାହୁ, ସହ ସଂଯୋଜକ କାହ୍ନୁ ଚରଣ ବେହେରା, ସମାଜସେବୀ ଅଶୋକ କୁମାର ସାହୁଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ।