ମୁଁ କଂଗ୍ରେସରେ ହିଁ ରହିବି : ନବ କିଶୋର ଦାସ

0

ଝାରସୁଗୁଡା : କଂଗ୍ରେସର ବରିଷ୍ଠ ବିଧାୟକ ନବ କିଶୋର ଦାସଙ୍କ ଦଳ ପରିବର୍ତ୍ତନ ନେଇ ଲାଗିରହିଥିବା ସମସ୍ତ ଆଲୋଚନା ପର୍ଯ୍ୟାଲୋଚନାର ଅନ୍ତ ଘଟିଛି। ବିଧାୟକ ଦାସ ଶନିବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିି ଏହା ଜଣାଇଛନ୍ତି। ସେ କହିଛନ୍ତି ମୁଁ ଛାତ୍ର ଜୀବନରୁ କଂଗ୍ରେସ ପାଇଁ କାର୍ଯ୍ୟ କରିଛି। କଂଗ୍ରେସର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରେ। ଯାହାପାଇଁ ଦଳ ମତେ ଓଡ଼ିଶା ପ୍ରଦେଶ କମିଟିର କାର୍ଯ୍ୟକାରୀ ସଭାପତି ରୂପେ ମନୋନୀତ କରିଥିଲା। ମୁଁ ସବୁବେଳେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଛି ଏବଂ ଭବିଷ୍ୟତରେ କରିିବି ମଧ୍ୟ। ମତେ ନେଇ ହେଉଥିବ ଅପପ୍ରଚାର ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ ନବ ଦାସ କଂଗ୍ରେସ ଛାଡି ବିଜେଡି ଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

Leave A Reply