ମୌନି ରୟଙ୍କ ପରେ ଏବେ ବଡ ପରଦାରେ ନଜର ଆସିବେ ନାଗିନ-୩ର ସୁରଭି

ଟିଭି ଶୋ ନାଗିନ ୧ ଓ ୨ରେ ଲିଡ୍ ରୋଲରେ ଅଭିନୟ କରିଥିବା ମୌନି ରୟ ବଡ ପରଦାରେ ନିଜର ଯାତ୍ରା ଆରମ୍ଭ କରି ସାରିଥିବା ବେଳେ ଏବେ ଏହି ଧାରାରେ ଆଉ ଜଣେ ଅଭିନେତ୍ରୀ ସାମିଲ ହେବାକୁ ଯାଉଛନ୍ତି। ନାଗିନ ୩ରେ ଦର୍ଶକଙ୍କ ମଧ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ସୁରଭି ଜ୍ୟୋତି ଏବେ ବଡ ପରଦାରେ ନଜର ଆସିବେ। ଆଜ୍ଞା ହଁ, ନାଗିନ ଫେମ୍ ସୁରଭି ଜ୍ୟୋତି ବଲିଉଡରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ରୋମାଣ୍ଟିକ୍ କେମେଡି ଫିଲ୍ମ ଜରିଆରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ଡେବ୍ୟୁ ଫିଲ୍ମର ନାମ ହେଲା ‘ସୋନମ ଗୁପ୍ତା ବେୱଫା’। ତାଙ୍କ ବିପକ୍ଷରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଜସ୍ସୀ ଗିଲଙ୍କୁ ଦେଖିବାକୁ ମିଳିବ।

ପୂର୍ବରୁ ସୁରଭି ‘ଏକ କୁଡି ପଞ୍ଜାବ ଦି’, ‘ମଣ୍ଡା ପଟିୟାଲା ଦେ’ ଆଦି ପଞ୍ଜାବୀ ଫିଲ୍ମ ରେ କାମ କରି ସାରିଛନ୍ତି। ଫିଲ୍ମ ବ୍ୟତୀତ ପଞ୍ଜାବ ସିରିଜରେ ମଧ୍ୟ ସୁରଭି ଅଭିନୟ କରିଛନ୍ତି। କିନ୍ତୁ ଟିଭି ଶୋ ‘କୁବୁଲ ହେ’ ଏବଂ ‘ନାଗିନ’ରେ ସେ ଅଭିନେତ୍ରୀର ପରିଚୟ ପାଇଥିଲେ। ଏହା ସହ ସୁରଭି ୱେବ୍ ସିରିଜରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରି ସାରିଛନ୍ତି।

Comments are closed.