ଅଗ୍ନିକାଣ୍ଡରେ ୩ବଖରା ଭସ୍ମିଭୂତ

ବାଳକାଟି: ବାଳକାଟି ଫାଣ୍ଡିସ୍ଥିତ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ରାୟଗୁରୁ ବାସୁଦେଇପୁର ଲିଙ୍ଗାସାହିର ରବିବାର ବିଳମ୍ବିତ ରାତିରେ ମନୋଜକୁମାର ଭୋଇଙ୍କ ୩ବଖରା ଘର ଅଗ୍ନିକାଣ୍ଡରେ ପୋଡିଯାଇଛି। ତେବେ ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡରେ ତାଙ୍କର ୧୦/୧୨ଟି ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନ୍ୟାନ୍ୟ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଖବରପାଇ ବାଲିଅନ୍ତା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି ।