ଉତ୍ତର କୋରିଆର ସାମରିକ ଶକ୍ତି ପ୍ରଦର୍ଶନ

0

ସିଓଲ : ଉତ୍ତର କୋରିଆରେ ଆଜି ଏକ ବିଶାଳ ସାମରିକ ପ୍ୟାରେଡର ଅନୁଷ୍ଠିତ ହୋଇଯାଇଛି। ଯାହା ମାଧ୍ୟମରେ ଉତ୍ତର କୋରିଆ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି।

ଦେଶର ୭୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ଭବ୍ୟ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ପୋଙ୍ଗୟାଙ୍ଗର ଘନିଷ୍ଠ ସହଯୋଗୀ ରାଷ୍ଟ୍ର ଚୀନ୍‍ର ଉଚ୍ଚ ଅଧିକାରୀଙ୍କ ସମେତ ଶହେରୁ ଅଧିକ ଦେଶର ପ୍ରତିନିଧିଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଥିଲା। ଉତ୍ତର କୋରିଆ ନେତା କିମ୍‍ ଜଙ୍ଗ ଉନ୍‍ ଚୀନର ତୃତୀୟ ବରିଷ୍ଠ ସରକାରୀ ଅଧିକାରୀ ଲି ଝାନ୍‍ସୁଙ୍କ ସହ ଏହି ପ୍ୟାରେଡର ମଧ୍ୟସ୍ଥଳରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ୟାରେଡ ସମୟରେ ଭଳିକି ଭଳି ଟ୍ୟାଙ୍କର ଓ ମିଶାଇଲ ପ୍ରଦର୍ଶନ କରାଯାଇଥିଲା।

Leave A Reply