ଧରାପଡିଲେ ରାଜପଥ ଲୁଟେରା

0

ବ୍ରହ୍ମପୁର : ଗଞ୍ଜାମ ଜିଲା ଗୋସାଣୀ ନୂଆଗାଁ ଥାନା ଦ୍ୱାରା ଚାରିଜଣିଆ ଜାତୀୟ ରାଜପଥ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି। ଏହି ଚାରିଜଣ ଲୁଟେରା ହେଉଛନ୍ତି ପି ଭେଙ୍କେଟ, ଡି ଆକାଶ, ଜି ଶ୍ରୀହରି, ସୁନୀଲ ବିଷୋଇ। ହଳଦିଆପଦର ଏନଏଚ୍‍-୧୬ ଡକାୟତି କରିବାକୁ ପ୍ରସ୍ତୁତି ଚଳାଇବା ସମୟରେ ଏହି ଡକାୟତି ମାନଙ୍କୁ ଗିରଫ କରିଛି। ସେହି ସମୟରେ ଦୁଇ ଲୁଟେରା ବୋମାମାଡ କରି ଫେରାର ହୋଇଯାଇଛନ୍ତି। ଏହି ଲୁଟେରା ମାନଙ୍କ ନିକଟରୁ ଦୁଇ ଜୀବନ୍ତ ବୋମା, ଏକ ଖଣ୍ଡା, ଦୁଇ ଖାଲି ମଦ ବୋତଲ, ୧୦ଟି ପ୍ଟାଷ୍ଟିକ ଗ୍ଲାସ ଜବତ କରିଛି। ସମସ୍ତ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି।

Leave A Reply