ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା

ହାଇଦ୍ରାବଦ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖମନ୍ତ୍ରୀଙ୍କୁ କରୋନା । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଥିବା ନେଇ ସେ ଏକ ଟ୍ୱିଟ୍‍ ଜରିଆରେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି କି, ସେ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । ନିଜ ଘରେ ସେ ସଙ୍ଗରୋଧରେ ରହିବା ସହ କରୋନା କଟକଣାକୁ ପଳନ କରୁଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିିଥିବା ଲୋକମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ଅନୁରୋଧ କରିଛନ୍ତି ।

Comments are closed.