ଯୁବକର ମୃତଦେହ ଉଦ୍ଧାର

0

ଅନୁଗୁଳ : ଅନୁଗୁଳ ଜରପଡ଼ା ଥାନା ତୁବେ ଗ୍ରାମ ନିକଟରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଏକ ଢାବା ମାଲିକଙ୍କ ଭାଇ। ତିନି ଦିନ ପୂର୍ବରୁ ସେ ନିଖୋଜ ଥିବା ବେଳେ ସୋମବାର ଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ପରିବାର ଲୋକେ ସୋମବାର ସକାଳେ ଘର ଠାରୁ ଅଳ୍ପ ଦୂରରେ ଥିବା ବଗିଚାକୁ ଯାଇଥିବା ବେଳେ ସେଠାରେ ଥିବା ଏକ କୂଅରୁ ଦୁର୍ଗନ୍ଧ ଆସିଥିଲା। ସେମାନେ କୂଅ ନିକଟକୁ ଯାଇ ଯୁବକଙ୍କ ମୃତଦେହ ସହ ବାଇକ୍‍ କୁ ବାହାର କରି ପୁଲିସକୁ ଖବର ଦେଇଥିଲେ। କିଛି ଦିନ ପୂର୍ବରୁ ମୃତ ଯୁବକଙ୍କ ସହ ସେହି ଗ୍ରାମର ଜଣେ ଯୁବକର ବାଇକ ବନ୍ଧକକୁ ପ୍ରସଙ୍ଗକୁ ନେଇ ବଚସା ହୋଇଥିଲା। ତେଣୁ ଯୁବକଙ୍କର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବଚସା ହୋଇଥିବା ସନ୍ଦେହ କରି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave A Reply