ମୁଜଫରପୁର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ କାର୍ଯ୍ୟାଳୟରେ ଠାବ ହେଲା ଗୁପ୍ତ ସୁଢଙ୍ଗ

0

ପାଟନା: ବିହାର ମୁଜଫରନୁର ବାଳିକା ଅସ୍ଥାୟୀ ସ୍ଥଳକୁ ଚାଲିଥିବା ସିବିଆଇ ତଦନ୍ତରେ ଆଉ ଏକ ସୁରାକ ସାମ୍ନାକୁ ଆସିଛି। ଏହି ଘଟଣାରେ ମୁୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ କାର୍ଯ୍ୟାଳୟରୁ ଉକ୍ତ ବାଳିକା ଅସ୍ଥାୟୀ ସ୍ଥଳକୁ ଯିବା ପାଇଁ ଏକ ଗୁପ୍ତ ସୁଢଙ୍ଗର ଠାବ କରିଛି ସିବିଆଇ। ବ୍ରଜେଶଙ୍କ କାର୍ଯ୍ୟାଳୟ ମଧ୍ୟଦେଇ ଯାଇଥିବା ଏହି ସୁଢଙ୍ଗରେ ନିର୍ମିତ ଶିଡ଼ି ଦେଇ ସେ ଓ ତାଙ୍କ ଆମନ୍ତ୍ରିତ ଅତିଥି ବାଳିକା ଗୃହକୁ ଯାଉଥିଲେ। ଏହି କାରଣରୁ ଉକ୍ତ ବାଳିକା ଆଶ୍ରୟ ସ୍ଥଳକୁ କେଉଁମାନେ ଯାଉଥିଲେ ଓ କେତେବେଳେ ଯାଉଥିଲେ ଏ ସମ୍ପର୍କରେ କୌଣସି ସୁରାକ ଆଶ୍ରୟସ୍ଥଳ ବାହାର ଲୋକ ଜାଣି ପରୁ ନଥିଲେ। ଏପରିକି ସରକାରୀ ଏହି ଆଶ୍ରୟସ୍ଥଳର ଅଡିଟ କରୁଥିବା ସଂସ୍ଥା ମଧ୍ୟ ଏଭଳି କଳାକାରନାମା ସମ୍ପର୍କରେ ଅନଭିଜ୍ଞ ଥିଲା।

Leave A Reply