ଜେଲ ଡାକ୍ତରଖାନାରେ ମୁଜାଫରପୁର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର

0

ପାଟନା: ବିହାର ମୁଜଫରପୁର ଆଶ୍ରୟସ୍ଥଳୀରୁ ୩୪ଜଣ ନାବାଳିକାଙ୍କ ସହ ବଳାତ୍କାର ଘଟଣାରେ ଗିରଫ ହୋଇଥିବା ବ୍ରଜେଶ ଠାକୁରଙ୍କୁ ମୁଜାଫରପୁର ଜେଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଘଟଣାକୁ ନେଇ ସମଗ୍ର ଦେଶରେ ଚହଳ ସୃଷ୍ଟି ହୋଇଥିବାବେଳେ ୩ଦିନ ପୂର୍ବେ ମୁଜଫରପୁର ଜେଲରେ ବ୍ରଜେଶଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦୃଶ୍ୟମାନ ହୋଇଥିଲା ବୋଲି ଜେଲ ଅଧିକ୍ଷକ ରାଜୀବ କୁମାର ଝା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବ୍ରଜେଶଙ୍କ ରକ୍ତଚାପରେ ବାରମ୍ବାର ଅନିୟମିତତା ପରିଲକ୍ଷିତ ହେବା ପରେ ଜେଲ କର୍ତ୍ତୁପକ୍ଷ ତାଙ୍କୁ ଜେଲ ଡାକ୍ତରଖାନାରେ ଦାଖଲ କରିବାକୁ ନିଷ୍ପତ୍ତି ନେଇଥିଲେ।
୩ଜୁନରେ ପ୍ରଥମ ଥର ପାଇଁ ବ୍ରଜେଶ ଜେଲକୁ ଆସିବା ପରେ ୯ଜୁନରେ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଫଳରେ ବ୍ରଜେଶକୁ କୃଷ୍ଣା ମେମୋରିଆଲ ହାସପାତାଲରେ ଭର୍ତ୍ତି କରାଯାଇ ଥିଲା। ୨୭ଜୁନ ପର୍ଯ୍ୟନ୍ତ ଏଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା। ଜେଲ ଅଧିକ୍ଷକ ୨୫ଜୁନରେ କାର୍ଯ୍ୟରେ ଯୋଗ ଦେବା ପରେ ୨୬ଜୁନରେ ସେ ବ୍ରଜେଶଙ୍କ ସମ୍ପର୍କରେ କ୍ରିଷ୍ଣା ମେମୋରିଆଲକୁ ଚିଠି କରିଥିଲେ। ବ୍ରଜେଶଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ପରେ ତାଙ୍କୁ ୨୭ଜୁନରେ ଡାକ୍ତରଖାନାରୁ ଜେଲକୁ ସ୍ଥାନାନ୍ତର କରାଯାଇ ଥିଲା।

Leave A Reply