ମୁଜାଫରନଗରର ଏକ କାରଖାନାରେ ବିସ୍ଫୋରଣ ; ୬ରୁ ଅଧିକ ଗୁରୁତର

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗରରେ ଥିବା ଏକ କାରଖାନାରେ ବଡ ଧରଣର ଅଘଟଣ ଘଟିଛି । ନୂଆ ମଣ୍ଡି କୋତୱାଲି ଥାନା ସ୍ଥିତ ଏକ କାରଖାନାରେ ବୁଧବାର ସକାଳେ ହଠାତ୍ ସିଲେଣ୍ଡର ଫାଟି ବିସ୍ଫୋରଣ ହୋଇଛି । ସେହି ସମୟରେ କାରଖାନାରେ କାମ କରୁଥିବା ଶ୍ରମିକମାନେ ଏଥିରେ ଆହତ ହୋଇଛନ୍ତି । ଅନ୍ୟ କର୍ମଚାରୀଙ୍କ ସହାୟତାରେ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତଙ୍କୁ ମେରଠ ର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଆହତଙ୍କ ପରିବାର କାରଖାନା ନିକଟରେ ପହଞ୍ଚି ଗହଳି ଜମାଇଛନ୍ତି ।

Comments are closed.