ମୁଜାଫରପୁର : ଯୌନ ନିର୍ଯାତନା ଅଭିଯୋଗର ସିବିଆଇ ତଦନ୍ତ ହେବ

0

ମୁଜାଫରପୁର :  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଜାଫରପୁର  ଜିଲ୍ଲାରେ ସରକାରୀ ସହାୟତାରେ ପରିଚାଳିତ ଏକ ଆଶ୍ରୟ ଗୃହରେ ୨୯ ଜଣ ନାବାଳିକାଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ସୁପ।ରିସ କରିଛନ୍ତି। ସେ କହିଛନ୍ତି, ଘଟଣାର ନିରପେକ୍ଷ ତଦନ୍ତପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା କଥା କହିଥିଲେ।

ସୂଚନାଯୋଗ୍ୟ, ମୁଜାଫରପୁର ଜିଲାରେ ଥିବା  ‘ସେବା ସଙ୍କଳ୍ପ ଏବଂ ବିକାଶ ସମିତି’ ନାମକ ଆଶ୍ରୟ ଗୃହରେ ରହୁଥିବା ବାଳିକାଙ୍କ ଶାରୀରିକ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ହେଇଥିଲା। ‘ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ’ ପକ୍ଷରୁ ଚଳିତ ବର୍ଷ ମେ’ ମାସରେ ହୋଇଥିବା ସୋସିଆଲ ଅଡିଟରୁ ଏହି ଘଟଣା ସାମ୍ନାକୁ ଆସିଥିଲା। ଘଟଣା ବିଷୟରେ ଜଣାପଡିବା ପରେ ଛାତ୍ରୀ ନିବାସରେ ରହୁଥିବା ସମସ୍ତ ବାଳିକାଙ୍କ ଡାକ୍ତରୀମାଇନା କରାଯାଇଥିଲା। ୨୧ ଜଣ ବାଳିକାଙ୍କ ମଧ୍ୟରୁ ୧୬ ଜଣଙ୍କ ସହ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଉକ୍ତ ଛାତ୍ରୀ ନିବାସର ସଞ୍ଚାଳକ ବ୍ରିଜେଶ ଠାକୁର ଏବଂ ବିନୀତ୍ କୁମାର ସାମିଲ ଅଛନ୍ତି । ଏହା ସହ ଛାତ୍ରୀ ନିବାସରେ କାର୍ଯ୍ୟରତ ୭ ଜଣ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

 

Leave A Reply