୫ ମହଲା କୋଠାଘର ଭୁଶୁଡ଼ି ୫ ମୃତ

0

ନୂଆଦିଲ୍ଲୀ : ଗାଜିଆବାଦର ଖେଡାଠାରେ ଏକ ୫ ମହଲା ବିଶିଷ୍ଟ କୋଠାଘର ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି। କୋଠାଘର ଭଗ୍ନାଂବଶେଷ ତଳେ ପୋତି ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପୁଲିସ୍‍ ଏବଂ ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। କୁହାଯାଉଛି ଯେ କିଛି ଦିନ ତଳେ କୋଠାଘର ରାସ୍ତା କଡ଼ରେ ଯାଉଥିବାବେଳେ ଏକ କ୍ରେନ୍‍ ଏହି କୋଠାଘରେ ପିଟି ହୋଇଯାଇଥିଲା। ଫଳରେ କୋଠାଘରେ କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଯାଇଥିଲା। ଶୁକ୍ରବାର ପ୍ରବଳ ବର୍ଷା ପରେ ସନ୍ଧ୍ୟାରେ କୋଠାଠି ଭୁଶୁଡ଼ି ପଡ଼ିଲା। ଗାଜିଆବାଦ ଡିଏମ୍‍ ରିତୁ ମାହେଶ୍ୱରୀ କହିଛନ୍ତି ଯେ କୋଠାଘର ଅବସ୍ଥା ଠିକ୍‍ ନଥିଲା। ଏହି କୋଠାଘରଟି ୮ରୁ ୧୦ ବର୍ଷ ପୁରୁଣା ହେବ। କୋଠାଘରେ ଆଗରୁ ଫାଟ ଥିଲା। ପ୍ରକାଶଯୋଗ୍ୟ ଯେ ଏହା ର୍ପୂବରୁ ଗାଜିଆବାଦ ମସୁରି ଥାନା ଅଧୀନ ମିସଲଗଡ଼ି (ଆକାଶ ନଗର)ରେ ଗତ ରବିବାର ଏକ ୫ ମହଲା ବିଶିଷ୍ଟ କୋଠାଘର ଭୁଶୁଡ଼ି ପଡ଼ିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave A Reply